ହିଞ୍ଜିଳି ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପ୍ରକୃତିମିତ୍ର ପୁରସ୍କାର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ବ୍ରହ୍ମପୁର ଆଂଚଳିକ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଜଙକ୍ଗଳ ଓ ପରିବେଶ ବିଭାଗପକ୍ଷରୁ ବନ୍ୟପ୍ରାଣୀଙ୍କ ସୁରକ୍ଷା, ପରିବେଶ ସୁରକ୍ଷା ଓ ଜଙ୍ଗଲକୁ ସୁରକ୍ଷା ଯୋଗାଇ ଦେଉଥିବା ବ୍ୟକ୍ତି ବିଶେଷ ସମେତ ସଙ୍ଗଠନ ଗୁଡ଼ିକୁ ପ୍ରକୃତି ମିତ୍ର, ପ୍ରକୃତି ବନ୍ଦୁ ଓ ଉପଖଣ୍ଡସ୍ତରୀୟ ୱାଇଲ୍ଡ ଲାଇଫ୍ କନଭେରସନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଚଳିତ ବର୍ଷ ମହାତ୍ମାଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଜଙ୍ଗଲ ସୁରକ୍ଷା ବାର୍ତା ସମସ୍ତଙ୍କ ନିକଟରେ ପହଂଚାଇବା ପାଇଁ ଆହ୍ୱାନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର, ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ଦେହୁରୀ, ଅବସରପ୍ରାପ୍ତ ଏସିଏଫ୍ ତ୍ରିନାଥ ପଟ୍ଟନାୟକ, ଏସିଏଫ ଅଶୋକ ବେହେରା ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟକୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି ଯୋଗଦେଇ ପୁରସ୍କାର ଗ୍ରହଣ କରିଥିଲେ ।


