ହିଞ୍ଜିଳି ବ୍ଳକରେ ୨ ଦିନିଆ କୋଭିଡ଼ ସଖୀ ପ୍ରଶିକ୍ଷଣ ଶିବିର
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ପଂଚାୟତରେ ୨ ଦିନିଆ କୋଭିଡ଼ ସଖୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ପାତ୍ରଙ୍କ ତତ୍ୱାଧାନରେ ଆୟୋଜିତ ଶିବିରର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର ଯୋଗ ଦେଇଥିବା ବେଳେ ସ୍ଥାନୀୟ ବ୍ଳକର କଂଚୁରୁ, ମକରଝୋଳ, ପୋଚିଲିମା ଓ ନନ୍ଦିକ ପଂଚାୟତ ଅନ୍ତିମ ଦିବସରେ ବଡ଼ଖଣ୍ଡି ପଂଚାୟତରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଉଦଯାପନି ଦିବସରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ସମ୍ମାନିତ ଅତିଥି ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର, ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର ପ୍ରମୁଖ ମଂଚାସୀନ ଥିଲେ । କୋଭିଡ଼ ସମୟରେ ଆବଶ୍ୟକ କୌଶଳ, ଶିଶୁ ମାନଙ୍କ ଯତ୍ନ, ଶିଶୁଙ୍କ ସ୍ୱାସ୍ଥ୍ୟ ଓ ମାନସିକ ଦିଗରେ ସଚେତନତା, ଗର୍ଭବତୀ ଓ ପ୍ରସୂତୀ ମା’ ମାନଙ୍କ ସ୍ୱାସ୍ଥ୍ୟ ସଚେତନତା, ସଂକ୍ରମଣର ମାଧ୍ୟମ, କରୋନାର ଲକ୍ଷଣ, କରୋନା ସଂକ୍ରମଣକୁ ରୋକିବାର ଉପାୟ, ଗୃହ ପୃଥକୀକରଣର ଉପକାରିା, ବ୍ୟବସ୍ଥା, କେୟାର ଟେକରର ଭୂମିକା, ଗୃହ ସଙ୍ଗରୋଧ, ଗୃହ ସଙ୍ଗରୋଧର ଆବଶ୍ୟକତା, କୋଭିଡ଼-୧୯ ସମୟରେ ସୁଷମ ଖାଦ୍ୟ ଓ ଶାରୀରିକ ବ୍ୟାୟମ ସର୍ମ୍ପକରେ ଅତିଥି ବୃନ୍ଦ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବିଶେଷ କରି ଆମ ସ୍ୱାସ୍ଥ୍ୟ, ଆମ ଦାୟିତ୍ୱକୁ ଗୁରୁତ୍ୱ ପ୍ରଦାନ କରାଯିବା ସହ ‘କରୋନା ହାରିବ, ହିଞ୍ଜିଳି ବ୍ଳକ ଜିତିବ’କୁ ସଫଳ କରିବା ନେଇ ସମସ୍ତେ ଶପଥ ଗ୍ରହଣ କରିଥିଲେ । ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଅଙ୍ଗନୱାଡ଼ି କର୍ମୀ, ସଂପୃକ୍ତ ପଂଚାୟତରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟତ୍ରୀ, ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀର କର୍ମକର୍ତା ଓ ଏଏନଏମ ପ୍ରମୁଖ ଉପସ୍ଥିତ ଥିଲେ । ଅଙ୍ଗନୱାଡ଼ି ସୁପରଭାଇଜର ବନଜା ବେହେରା, ଶାରଦା ଶତପଥୀ, ନଳିନି ସିଂ, ବାସନ୍ତି ବେହେରା, ସରିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।