ହିଞ୍ଜିଳି ମୋ÷ଜାରେ ଜମି ଦାବି, ବସ୍ତି ବାସିନ୍ଦାଙ୍କ ପୋ÷ର କାର୍ଯ୍ୟାଳୟ ଘେରାଉ

ହିଞ୍ଜିଳିକାଟୁ (ଜୁଗାବ୍ଦ ନ୍ୟୁଜ୍‍): ସହରାଞ୍ଚଳ ବସ୍ତି ବାସିନ୍ଦା ଜମି ଅଧିକାର ୨୦୧୭ ପ୍ରକାରେ ଜମି ଅଧିକାର ପ୍ରଦାନ କରାଯାଇଛି । ହିଞ୍ଜିଳିକାଟୁ ପୋ÷ରାଞ୍ଚଳର ୬ନଂ ୱାର୍ଡ଼ ହରିଜନ ସାହି ପ୍ରାୟ୧ଶହ ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ କରାଯାଇଛି । ତେବେ ସେମାନଙ୍କୁ ନିଜ ମୂଳ ଜାଗାରୁ ହଟାଇ ଅନ୍ୟତ୍ର ଜମି ପ୍ରଦାନକୁ ବସ୍ତି ବାସିନ୍ଦା ବିରୋଧ କରିଛନ୍ତି । ୱାର୍ଡ଼ ନଂ -୬ ପୁରୁଣା ଗୋରୁହାଟରେ ବସବାସ କରୁଥିବା ୫୦ରୁ ଉଦ୍ଧ୍ୱର୍ ପରିବାର ବୁଧବାର ପୂର୍ବାହ୍ନରେ ମ୍ୟୁନିସପାଲଟି ଅଫିସ ଘେରାଉ କରିଛନ୍ତି । ସେମାନଙ୍କ ଦାବି ନ ମାନି ସେମାନଙ୍କୁ ମୂଳ ଜାଗାରୁ ହଟାଇଲେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଗତ ରବିବାର ଏହି ବସ୍ତି ବାସିନ୍ଦା ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଯାଇ ସେମାନଙ୍କୁ ମୂଳ ଜାଗାରୁ ବିଚ୍ୟୁତ କରା ନ ଯିବାକୁ ଅନୁରୋଧ କରିଥିଲେ । ଗତ ଜାନୁଆରୀ ମାସ ୨୫ରେ ବସ୍ତି ବାସିନ୍ଦା ବ୍ଳକ ଅଫିସ ସାମ୍ନାରେ ବିକ୍ଷୋଭ କରିଥିଲେ । ଦାବି ପୂରଣ ପାଇଁ ଏକ ସ୍ମାରକ ପତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କୁ ପ୍ରଦାନ କରିଥିଲେ । ଘଟଣାସ୍ଥଳରେ ତହସିଲଦାର ଗୋପୀନାଥ କୁଅଁର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ୭ଦିନ ମଧ୍ୟରେ ବସ୍ତି ବାସିନ୍ଦାଙ୍କ ଦାବିକୁ ବିଚାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ପ୍ରଦାନ କରାଯାଇଛି । ଆନ୍ଦୋଳନରେ ସୁଦଷ୍ଣା ସେଠୀ, ମୁନା ସେଠୀ, ପବିତ୍ର ସେଠୀ, ଭାସ୍କର ସେଠୀ, ଶାନ୍ତି ସେଠୀ,ଚନ୍ଦ୍ର ସେଠୀ ପ୍ରମୁଖ ବହୁ ବସ୍ତି ବାସିନ୍ଦା ଘେରାଉରେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ