ହିଞ୍ଜିଳି ରାଧାକୃଷ୍ଣ ମହାପ୍ରଭୂଙ୍କ ଜମି ବିକ୍ରୟ ଦଲିଲକୁ ରଦ୍ଧ ନକଲେ ୧୦ ରୁ ଆମରଣ ଅନଶନ ସ୍ଥଗିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ତହସିଲ, ପୌର ପରିଷଦ ଅଧିନ ତଥା ହିଞ୍ଜିଳି ମୈଜାରେ ରହିଥିବା ରାଧାକୃଷ୍ଣ ମହାପ୍ରଭୂଙ୍କ ଜମି ବିକ୍ରୟ ଦଲିଲକୁ ରଦ୍ଧ ନକଲେ ହିଞ୍ଜିଳି ଗ୍ରାମବାସୀ ପକ୍ଷରୁ ଆସନ୍ତା ୧୦ ତାରିଖ ଠାରୁ ହିଞ୍ଜିଳିକାଟୁ ସବ ରେଜିଷ୍ଟାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ ପ୍ରେସ୍ ବିବୃତିରେ ଜଣାଇଥିଲେ । ଏହି ସମ୍ବନ୍ଧରେ ସ୍ଥାନୀୟ ଉପନିବନ୍ଧକ ସଂପୃକ୍ତ ଦଲିଲ ପଞ୍ଜିକରଣ ହୋଇନଥିବା ନେଇ ପତ୍ର ସଂଖ୍ୟା- ୨୪୨/୦୮.୦୯.୨୦ ପ୍ରକାରେ ଲିଖିତ ପ୍ରତିଶୃତି ପାଇବା ପରେ ଆମରଣ ଅନଶନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ବୋଲି ଗ୍ରାମବାସୀ କହିଛନ୍ତି ।
ହିଞ୍ଜିଳି ମୈଜାରେ ରହିଥିବା ରାଧାକୃଷ୍ଣ ମହାପ୍ରଭୁଙ୍କ ପ୍ରାୟ ୮ଏକରରୁ ଉଦ୍ଧ୍ୱ ଜମି ଯାହାର ବଜାର ମୁଲ୍ୟ ପ୍ରାୟ ୧୦ କୋଟି ଟଙ୍କାରୁ ଅଧିକ ହେବ । ସଂପୃକ୍ତ ଜମିକୁ ଏଣ୍ଡୋମେଂଟ ବୋର୍ଡ଼ ଗତ ମାର୍ଚ୍ଚ ମାସରେ ୧କୋଟି ୪୦ଲକ୍ଷ ଟଙ୍କା ସର୍ବନିମ୍ନ ଧାର୍ଯ୍ୟ କରି ମନ୍ଦିରର ଟ୍ରଷ୍ଟୀକୁ ଖବର କାଗଜ ମାଧ୍ୟମରେ ବିଜ୍ଞାପନ ପ୍ରକାଶ କରିଥିଲେ । ଏକମାସ ମଧ୍ୟରେ ଗ୍ରାମବାସୀ ତଥା ସଂପୃକ୍ତ ମନ୍ଦିର ସର୍ମ୍ପକିତ ସମସ୍ତ ବ୍ୟକ୍ତି ବିଶେଷ ଓ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ସମ୍ମୁଖରେ ନିଲାମ କରି ବିକ୍ରି କରିବା ସକାଶେ କ୍ଷମତା ପ୍ରଦାନ କରିଥିଲେ । ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ଲକ୍ଷ୍ୟ କରି ସମସ୍ତ ପ୍ରକାର ଜନଗହଳି ଓ ନିଲାମ କାର୍ଯ୍ୟ ଗତ ମାର୍ଚ୍ଚ ୨୨ ତାରିଖ ଠାରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଗତ ୫ ଜୁନରେ ମନ୍ଦିର ଟ୍ରଷ୍ଟୀ ଦ୍ୱାରା ଦାଖଲ କରାଯାଇଥିବା ଦଲିଲକୁ ସ୍ଥଗିତ ରଖିବା ସକାଶେ କିଛି ଗ୍ରାମବାସୀ ଓ ଭଦ୍ରବ୍ୟକ୍ତି ଆପତି କରିଥିବା ଜଣାପଡ଼ିଥିଲା। ୫ ଜୁନରେ ଦାଖଲ କରାଯାଇଥିବା ଦଲିଲ ନିବନ୍ଧନ ସକାଶେ ସ୍ଥାନୀୟ ସବ ରେଜିଷ୍ଟାର କାର୍ଯ୍ୟାଳୟରେ ଦାଖଲ ହୋଇଥିବା ବିଶେଷ ସୁତ୍ରରୁ ଜଣାପଡ଼ିବା ପରେ ସଂପୃକ୍ତ ଦଲିଲକୁ ସ୍ଥଗିତ ରଖି ନିଲାମ ପ୍ରକିୟାର ଅନୁସନ୍ଧାନ କରାଯାଉ କିମ୍ବା ପୁନଃ ନିଲାମ କରାଯାଉ ବୋଲି ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ଅନୈତିକ ଉପାୟରେ କରାଯାଇଥିବା ନିଲାମକୁ ରଦ୍ଧ କରିବା , ତୃଟିପୁର୍ଣ୍ଣ ଜମି ବିକ୍ରି ଅନୁମତିର ପୁନଃ ବିଚାର ଓ ଟ୍ରଷ୍ଟି ପରିବର୍ତନ କରାଯାଇ ନୂତନ ଟ୍ରଷ୍ଟି ଗଠନ କିମ୍ବା ସରକାରୀ ଅଧିକାରୀ ଟ୍ରଷ୍ଟି ନିଯୁକ୍ତି ସମ୍ପର୍କରେ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତି ଗ୍ରହଣ କରିଥିବା ଜଣାପଡ଼ିଛି । ମନ୍ଦିର ଜମି ଜାଲିଆତିରେ ନିଲାମକୁ ଲୁକ୍କାୟିତ ସମ୍ପାଦିତ ହୋଇଥିବା ଏକ ସୂଚନା ଅଧିକାର ଆଇନରୁ ଜଣାପଡ଼ିଛି । ନିଲାମ ପ୍ରକ୍ରିୟାକୁ ଲୁକ୍କାୟିତ କରିବା ସକାଶେ ସ୍ଥାନୀୟ ପୌରାଂଚଳ ୱାର୍ଡ଼ ନଂ-୧୯ର ଏକ ନାବାଳକଙ୍କ ଦ୍ୱାରା ଧେଣ୍ଡୁରା ଦିଆଯାଇଥିବା ସୂଚନା ହସ୍ତଗତ ହୋଇଛି । ନାବାଳକଙ୍କ ଦ୍ୱାରା ଏଭଳି ଧେଣ୍ଡୁରା ପ୍ରଦାନ କରାଯିବା କାର୍ଯ୍ୟ ଆଇନତଃ ଅନୁତିଚ ହୋଇଥିବାରୁ ଘଟଣା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଘଟଣା ଜଣାପଡ଼ିବା ପରେ ମିଥ୍ୟା ଘଟଣା ନେଇ ସଂପୃକ୍ତ ନାବାଳକ ଓ ତାଙ୍କ ମା ଏ ନେଇ ସ୍ଥାନୀୟ କାର୍ଯ୍ୟନିର୍ବାହୀ ମାଜିଷ୍ଟେଟଙ୍କ ନିକଟରେ ଏକ ଶପଥ ପାଠ ଦାଖଲ କରିଛନ୍ତି । ନିଲାମର ପ୍ରଥମ ପକ୍ରିୟା ଧେଣ୍ଡୁରା ମିଥ୍ୟା ପ୍ରମାଣିତ ହେବା ପରେ ନିଲାମ ପକ୍ର୍ରିା ଏକ ପ୍ରକାର ରଦ୍ଧ ହେବା ନିଶ୍ଚିତ ବୋଲି ଗ୍ରାମବାସୀ ଅନୁମାନ କରି ଆଶ୍ୱସ୍ତି ବୋଧ କରିଛନ୍ତି ।