ହିନ୍ଦି ଦିବସ ପାଳିତ

ହିଂଜିଳିକାଟୁ (ଶେଷଦେବ ସାହୁ) : ହିଂଜିଳିକାଟୁ ବ୍ଳକ ପୋଡ଼ିଙ୍ଗି ସ୍ଥିତ ସ୍ୱେଛାସେବୀ ଅନୁଷ୍ଠାନ ପଲ୍ଲୀ ବିକାଶ ପକ୍ଷରୁ ବ୍ରହ୍ମପୁର ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ପେସ୍ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ପରିସରରେ ଶନିବାର ହିନ୍ଦି ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଶିକ୍ଷାନୁଷ୍ଠାନର ଯୁବ ବର୍ଗଙ୍କୁ ନେଇ ହିନ୍ଦି ଭାଷାର ମହତ୍ୱ ଏବଂ ରାଷ୍ଟ୍ର ଭାଷାର ଲୋକଦୃତ ବିଷୟ ପ୍ରତି ସଚେତନତା ସୃଷ୍ଟି କରିବା ସହ ହିନ୍ଦି ଭାଷା ସମନ୍ଧୀୟ ସଙ୍ଗିତ, ବକୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସଙ୍ଗଠନର ଉପଦେଷ୍ଟା କିରଣ କୁମାର ପାଢି, ଯୁଗ୍ମ ସମ୍ପାଦକ ଆଲୋକ କୁମାର ନାୟକ ଓ ପେସ୍ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନର ପରିଚାଳକ ପ୍ରବିଣ କୁମାର ସେଠି ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ବିକାଶ ମହାପାତ୍ର, ବିଚିତ୍ର ବେହେରା, ଆକାଶ ବେହେରା, ଶ୍ରୀତମ ଡ଼ାକୁଆ, ସିପୁନ ସାହୁ, ସନ୍ତୋଷ ସେଠି, ଶ୍ରୀତମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ସଙ୍ଗଠନର କୋଷାଧ୍ୟକ୍ଷ ଚିନ୍ତାମଣି େହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ