ହିନ୍ଦୀ, ଇଂଲିଶ୍ ଏବଂ ତାମିଲ୍ ଭାଷାରେ ବିଜେତାଙ୍କ ନାମ ଘୋଷଣା କଲା ଆମାଜନ୍ ପେନ୍ ଟୁ ପବ୍ଲିଶ୍
ଆମାଜନ୍ ପେନ୍ ଏହାର ଦ୍ୱିତୀୟ କାଇଣ୍ଡଲେ ଡାଇରେକ୍ଟ ପବ୍ଲିଶିଙ୍ଗ୍ ପେନ୍ ଟୁ ପବ୍ଲିଶ୍ କଂଟେଷ୍ଟର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ୬ ଜଣ ବିଜେତାଙ୍କୁ ୫୦,୦୦୦ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ଅର୍ଥ ପୁରସ୍କାର ଭାବେ ପ୍ରଦାନ କରାଯାଇଛି । ହଜାର ହଜାର ଆବେଦନ ମଧ୍ୟରୁ ପୁସ୍ତକ ଗୁଡ଼ିକୁ ଶର୍ଟଲିଷ୍ଟ କରାଯାଇଥିଲା । ବିଚାରକ ମଣ୍ଡଳୀରେ ବେଷ୍ଟ ସେଲର ଲେଖକ ଦିବ୍ୟ ପ୍ରକାଶ ଦୁବେ, ଅଶ୍ୱନୀ ସାଙ୍ଗୀ, ରଶ୍ମୀ ବଂଶଲ, ସୁନ୍ଦରୀ ଭେଙ୍କଟ ରମଣ ଏବଂ ଏରା ମୁରୁଗାନ୍ ପ୍ରମୁଖ ରହିଥିଲେ ।ଏହି ଅବସରରେ କାଇଣ୍ଡଲି କଂଟେଷ୍ଟ୍ ଇଣ୍ଡିଆ କଂଟେଟ୍ ଆକ୍ୟୁଜିସନ୍ ଆଣ୍ଡ୍ ଡିମାଣ୍ଡ୍ ମୁଖ୍ୟ ସଞ୍ଜିବ୍ ଝା କହିଲେ ,”ଆମେ ପେନ୍ ଟୁ ପବ୍ଲିଶ୍ କଂଟେଷ୍ଟ ଗତ ୨ ବର୍ଷ ତଳେ ଆରମ୍ଭ କରିଥିଲୁ । ଏହା ଦ୍ୱାରା ସୃଜନଶୀଳ ଲେଖକଙ୍କ ପ୍ରତିଭା ଲୋକ ଲୋଚନକୁ ସହଜରେ ଆସିପାରିଛି । ଚଳିତ ବର୍ଷ ବିଜେତାଙ୍କ କୃତୀକୁ ହିନ୍ଦୀ,ଇଂଲିଶ୍ ଏବଂ ତାମିଲ୍ ଭାଷାରେ ପ୍ରକାଶ କରାଯିବ ।୧୦,୦୦୦ ଶବ୍ଦ ମଧ୍ୟରେ ନନ୍ଦୀନୀ କୁମାର, ଅପର୍ଣା ଦାସ, ସେନ୍ଥି ବାଲାନଙ୍କ କୃତୀକୁ ଚୟନ କରାଯାଇଛି । ସେହିପରି ୨୦୦୦ରୁ ୧୦,୦୦୦ ଶବ୍ଦ ମଧ୍ୟରେ ଅନୁକୃତୀ, ଦୀପିକା ପ୍ରିୟା, ବିଗ୍ନେଶ ସି. ସେଲଭରାଜ୍ଙ୍କ ଅନନ୍ୟ କୃତୀକୁ ଚୟନ କରାଯାଇଛି ।ଏହି ଅବସରରେ ବିଜେତା ନନ୍ଦୀନୀ କୁମାର କହିଲେ, କେଡିପି ପେନ୍ ଟୁ ପବ୍ଲିଶ୍ କଂଟେଷ୍ଟ୍ରେ ମୁବିଜେତା ହୋଇଥିବାରୁ ବେଶ୍ ଆନନ୍ଦିତ । ମୋ ସୃଜନଶୀଳ ଲେଖାକୁ ଡିଜିଟାଲ ଦୁନିଆର ଅସଂଖ୍ୟ ପାଠକ ପଢ଼ିଥିବାରୁ ମୁଁ ବେଶ୍ ଗର୍ବିତ ।ଏହି ଅବସରରେ ଅନୁକୃତୀ କହିଲେ ଏହି ପ୍ରତିଯୋଗିତା ମୋତେ ବେଶ୍ ଉତ୍ସାହିତ କରିଛି । ପାଠକ ମୋ ଲେଖାକୁ ମୋବଇଲ୍ ମାଧ୍ୟମରେ ମଧ୍ୟ ପଢ଼ିଥିବାରୁ ମୁଁ ବେଶ୍ ଆନନ୍ଦିତ । ଏହା ମୋତ ଆଗକୁ ଯିବାର ପ୍ରେରଣା ଯୋଗାଇଛି ।