ହିନ୍ଦୁ ସଂସ୍କୃତି କୁ ନେଇ ଅପପ୍ରଚାର ରୋକିବାକୁ ଦାବି

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ହିନ୍ଦୁ ସଂସ୍କୃତି ର ଅପମାନ, ହିନ୍ଦୁଙ୍କ ବିରୋଧରେ ବଢୁଥିବା ଅସହିଷ୍ନୁତା ଓ ଦେଶରେ ଜେହାଦୀ ଗତିବିଧି ଉପରେ ରୋକ ଲଗାଇବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଙ୍କ ଜରିଆରେ ବାମନଘାଟୀ ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଶକୁନ୍ତଳା ହାଁସଦାଙ୍କୁ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । କିଛି ବର୍ଷ ହେଲା ଜେହାଦୀ କଟ୍ଟରପନ୍ଥୀମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ହେବା ସହ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ହିନ୍ଦୁ ଧାର୍ମିକ କାର୍ଯ୍ୟକ୍ରମରେ, ଶୋଭାଯାତ୍ରା ସମୟରେ ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ହିନ୍ଦୁ ଦେବଦେବୀଙ୍କ ଉପରେ ଅପପ୍ରଚାର କରିବା ଶୁଣିବାକୁ ମିଳୁଛି । ଏହାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତିବ୍ର ନିନ୍ଦା କରୁଛି । ବିକ୍ଷୋଭ ଓ ସ୍ମାରକପତ୍ର ଦେବାର ସମୟରେ ତନ୍ମୟ ଦାସ, ମୃତ୍ୟୁଞ୍ଜୟ ପାଲ, ମଧୁସୂଦନ ଦାସ,ଇଂ କମଳାକାନ୍ତ ନାଏକ, ସୁନିଲ ମହାନ୍ତ, ଅମିତ ବୈଠା, ଶୁଭଂ ଗୁପ୍ତା, ପ୍ରଭାସ ପ୍ରହରାଜ, ଋଷି ମିଶ୍ର, ଅଂଶୁ ରାମ, ରାଜକୀୟ ନାଏକ, କୁନାଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ