କାଳବୈଶାଖୀ ପ୍ରଭାବରେ ସ୍କୁଲ ଛାତ ଉଠିଲା : ଦୁଇ ଛାତ୍ର ଆହତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-କାଳ ବୈଶାଖୀ ଯୋଗୁଁ ମୟୂରଭଂଜ ଜିଲ୍ଲାର ଜାମଦା ବ୍ଲକରେ ଗହିରା ବିଦ୍ୟାଳୟର ଆଜବେଷ୍ଟସ ଛାତ ଭାଙ୍ଗି ଉଡ଼ି ଯାଇଥିଲା । ବିଦ୍ୟାଳୟରେ ପଢୁଥିବା ୧୪ ଛାତ ମଧ୍ୟରୁ ୨ ଛାତ୍ର ଆହତ ହୋଇଥିଲେ । ସେମାନଙ୍କୁ ଶିକ୍ଷକ ଆନନ୍ଦ ସାହୁ ଜାମଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ଚିକିତ୍ସା କରାଇ ଥିଲେ । ଆହତ ଦୁଇ ଜଣ ହେଲେ ୪ର୍ଥ ଶ୍ରେଣୀର ନାରାୟନ ଟୁଡୁ ଏବଂ ୩ୟ ଶ୍ରେଣୀର ପ୍ରିୟାନୀ ରାଉତ । ଖବର ପାଇ ଜାମଦା ବିଡ଼ିଓ ରୂପେଶ ନାଏକ, ବ୍ଲକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ, ସିଦ୍ଧିଲାଲ ହେମ୍ରମ, ଶ୍ୟାମ ଦାସ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିବା ସହ ଶିଘ୍ର ମରାମତି କରାଯିବ ବୋଲି କହିଥିଲେ ।


