ହିରୋ ଚ୍ୟାଲେଞ୍ଜ୍ ଲିଭରପୁଲ୍ରେ ଫ୍ଲିଟ୍ଉଡ୍, ହୁଲ୍ ଏବଂ ଗାଲାଚର୍ ଅଂଶଗ୍ରହଣ କରିବେ
ଇଂଲଣ୍ଡର ଲିଭରପୁଲ୍ ୱାଟର ପ୍ରିନ୍ସ୍ ଡକ୍ରେ ଦି ହିରୋ ଚ୍ୟାଲେଞ୍ଜ୍-୨୦୧୯ ମଇ-୭ ମଙ୍ଗଳବାରରେ ଅନୁଷ୍ଠିତ ହେବ । ଏଥିରେ ଟମ୍ମି ଫ୍ଲିଟ୍ଉଡ, ଚାର୍ଲି ହୁଲ୍ ଏବଂ ଷ୍ଟିଫେନ୍ ଗାଲାଚର୍ ଅଂଶଗ୍ରହଣ କରିବେ । ଚାର୍ଲି ପ୍ରଥମ ମହିଳା ଖେଳାଳି ଭାବେ ଏଥିରେ ଯୋଗ ଦେବେ । ଏହି ଗଲ୍ଫ ନାଇଟ୍ କଂଟେଷ୍ଟ ଅନୁଷ୍ଠିତ ହେବ । ବିଶ୍ୱର ଖ୍ୟାତି ସମ୍ପନ୍ନ ଗଲ୍ଫର ଏହି କଂଟେଷ୍ଟରେ ଅଂଶଗ୍ରହଣ କରିବେ । ଏଥି ପାଇଁ ପ୍ରଶଂସକଙ୍କୁ ଟିଭି ଡଟ୍ କମ୍ରେ ମାଗଣା ଟିକେଟ ଦିଆଯିବ । ଫ୍ଲିଟ୍ଉଡଙ୍କ ସହିତ ଇୟାନ୍ ପୋଲଟର, ଲ୍ୟୁକ୍ ଡୋନାଲ୍ଡ, ଲି ୱେଷ୍ଟଉଡ. ଜଷ୍ଟିନ୍ ରୋଜ୍ ପ୍ରମୁଖ ଯୋଗଦେବେ । ଏହି ଅବସରରେ ସେ କହିଲେ ବେଟ୍ଫ୍ରେଡ୍ ବ୍ରିଟିଶ୍ ମାଷ୍ଟର ମୋ ବାସ ସହରରେ ଅନୁଷ୍ଠିତ ହେଉଛି । ଏଥିରେ ଯୁବ ଖେଳାଳି ବେଶ୍ ଭଲ ପ୍ରଦର୍ଶନ କରିବାର ଆଶା ରହିଛି । ହିରୋ ମୋଟୋକର୍ପ ଚ୍ୟାଲେଞ୍ଜ୍ ଏକ ଅନନ୍ୟ ପ୍ରୟାସ । ଏହା ଦ୍ୱାରା ପେଶାଦାରଙ୍କ ସହିତ ସମ୍ପର୍କ ଯୋଡିବା ସହିତ ଦେଶର ଭବିଷ୍ୟତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ ଜାରି ରହିଛି । ଯୁବ ଗଲ୍ଫ ପ୍ରତିଭା ମାନଙ୍କର ସୃଜନଶୀଳତା ଅନୁସାରେ ନିଜର ଦକ୍ଷତା ପ୍ରତିପାଦିତ କରି ଲିଭରପୁଲ୍ ୱାଟର ପ୍ରିନ୍ସ୍ ଡକ୍ରେ ନିଜର ଉକ୍ରର୍ଷତା ପ୍ରତିପାଦିତ କରିପାରିବେ । ବେଟ୍ଫ୍ରେଡ୍ ବ୍ରିଟିଶ୍ ମାଷ୍ଟର-୨୦୧୯ ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ଏହା ସମ୍ପନ୍ନ ହେବ । ହିରୋ ମୋଟୋକର୍ପ ପକ୍ଷରୁ ୨୦୧୮ରେ ଆମେରିକାଠାରେ ମାଷ୍ଟର ଟୁର୍ଣ୍ଣାମେଂଟ୍ ଚମ୍ପିଆନ୍ଶିପ୍ରେ ପ୍ୟାଟ୍ରିକ୍ ରିଡ୍ ବିଜେତା ହୋଇଥିବାବେଳେ, ସୁଇଡିଶ୍ ମେଜର୍ରେ ହେରନିକ୍ ଷ୍ଟେନସନ୍ ବିଜେତା ହୋଇଥିଲେ । ସେହିପରି ଇଂଲଣ୍ଡର ୱାନ୍ ଲି ୱେଷ୍ଟଉଡ୍ ମଧ୍ୟ ବିଜୟୀ ହୋଇଥିଲେ । ଏଠାରେ ୫ ବିଲିୟନ୍ ପାଉଣ୍ଡ ବ୍ୟୟରେ ଏହି ମନୋରମ୍ ୱାଟରପ୍ରଂଟ୍ ବିକଶିତ କରାଯାଇଛି । ୨୦୧୬ରେ ଏଠାରେ ବ୍ରିଟିଶ୍ ମାଷ୍ଟର ସଫଳତାର ସହିତ ଖେଳା ଯାଇଛି । ମଇ ୯-୧୨ ହିଲ୍ ସାଇଡ୍ ଗଲ୍ଫ କ୍ଲବ୍ରେ ବେଟ୍ଫ୍ରେଡ୍ ବ୍ରିଟିଶ୍ ମାଷ୍ଟର ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ଲିଭରପୁଲ୍ ୱାଟର ପ୍ରିନ୍ସ୍ ଡକ୍ରେ ଏହି ଗଲ୍ଫ ନାଇଟ୍ କଂଟେଷ୍ଟ ଅନୁଷ୍ଠିତ ହେବ । ଏହାର ଟିକେଟ ୟୁରୋପିଆନ୍ ଟୁର୍ ଡଟ୍ କମ୍ରେ ଉପଲବ୍ଧ ହେଉଛି ।