ହିରୋ ମୋଟକର୍ପ ‘ପେସନ ଏକ୍ସଟେକ’ର ବଜାର ପ୍ରବେଶ

ବାଲେଶ୍ୱର, (ସରୋଜ ପଣ୍ଡା) :-ବିଶ୍ୱର ଅନ୍ୟତମ ଖ୍ୟାତନାମା ଦୁଚକିଆ ଯାନ ପ୍ରସ୍ତୁତକାରୀ କମ୍ପାନୀ ‘ହିରୋ ମୋଟକର୍ପ’ଦ୍ୱା ନିର୍ମିତ ନୂତନ ମଡେଲର ‘ପେସନ ଏକ୍ସଟେକ’ ବାଇକ ବାଲେଶ୍ୱରରେ ବଜାର ପ୍ରବେଶ କରିଛି । ଏନେଇ ସହରର ବିବେକାନନ୍ଦ ସ୍ଥିତ ଅଧିକୃତ ବିକ୍ରେତା ନୀଲମ ମୋଟର୍ସ ସୋ’ରୁମ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଥିଲା । ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ମଡେଲ ‘ପେସନ ଏକ୍ସଟେକ’କୁ ଅନାବରଣ କରିଥିଲେ । କମ୍ପାନିର ଟେରିଟୋରି ସେଲ୍ସ ମ୍ୟାନେଜର ତନିଭ୍ର ଦତ୍ତ, ନୀଲମ ମୋଟର୍ସ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ନନ୍ଦକିଶୋର ସରାୱଗି, ନିର୍ଦ୍ଦେଶକ ମନୀଷ ସରାୱଗି, ସେଲ୍ସ ମ୍ୟାନେଜର ଦେବକାନ୍ତ ସାହୁ ପ୍ରମୁଖ ଏହି ବଜାର ପ୍ରବେଶ ଉତ୍ସବରେ ଯୋଗଦେଇ ନୂତନ ଜ୍ଞାନ କୌଶଳରେ ନିର୍ମିତ ‘ପେସନ ଏକ୍ସଟେକ’ର ବୈଶିଷ୍ଟତା ସମ୍ପର୍କରେ ସୂଚନା ଦେଇଥିଲେ । ଆକର୍ଷଣୀୟ ଡିଜାଇନ, ଥିମ ଏଲିମେଣ୍ଟ ସହିତ ଡିଜିଟାଲ ସ୍ପିଡମିଟର କନସୋଲି ବ୍ଲୁଟ୍ରୁଥ ସଂଯୋଗ, ଏବଂ ଏକୀକୃତ ଭିଏସପି ଚାର୍ଜିଂପୋର୍ଟ ସହିତ ମିସକଲ ଓ ଏସଏମଏସ ବିଜ୍ଞପ୍ତି ପ୍ରଦାନ ଏହି ବାଇକରେ ଉପଲବ୍ଧ ଅଛି । ଆରମ୍ଭଦାୟକ ଯାତ୍ରାର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଥିବା ଏହି ବାଇକ ସବୁ ବର୍ଗର ଗ୍ରାହକଙ୍କୁ ସନ୍ତୋଷ ପ୍ରଦାନ କରିବ ବୋଲି ନୀଲମ ମୋଟର୍ସର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ