ହିରୋ ମୋଟୋକର୍ପ ପକ୍ଷରୁ ଭୁବନେଶ୍ୱରରେ ୫ଟି ନୂଆ ଉତ୍ପାଦର ବଜାର ପ୍ରବେଶ
ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ପ୍ରିମିୟମ୍ ସେଗମେଂଟ୍ରେ କାରବାର ବୃଦ୍ଧି ନିମନ୍ତେ ଭୁବନେଶ୍ୱରରେ ୫ଟି ନୂଆ ଉତ୍ପାଦର ବଜାର ପ୍ରବୋ କରାଯାଇଛି । ସେଥିମଧ୍ୟରେ ଏକ୍ସପ୍ଲସ୍-୨୦୦, ଏକ୍ସପ୍ଲସ୍-୨୦୦-ଟି, ଏକ୍ସଟ୍ରିମ୍-୨୦୦-ଏସ୍, ମାଏଷ୍ଟ୍ରୋ ଏଡଜ୍-୧୨୫-ଏଫ୍ଆଇ, ମାଏଷ୍ଟ୍ରୋ ଏଡଜ୍-୧୨୫-ଆଇ-୩-ଏସ୍ ଏବଂ ପ୍ଲେଜର ପ୍ଲସ୍-୧୧୦ ରହିଛି । ଏସବୁର ମୂଲ୍ୟ ଯଥାକ୍ରମେ ୯୮୫୦୦ ଟଙ୍କା, ୯୬୦୦୦ ଟଙ୍କା, ୯୯୯୦୦ଟଙ୍କା, ୬୮୧୦୦ଟଙ୍କା, ୬୧୫୦୦ଟଙ୍କା ଏବଂ ୫୧୩୦୦ଟଙ୍କା ରହିଛି । ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ମାଏଷ୍ଟ୍ରୋ ଏଡଜ୍ ଏଫଆଇ ଭ୍ୟାରିଆଂଟ୍ର ମୂଲ୍ୟ ୬୮,୧୦୦ଟଙ୍କା ଥିବାବେଳେ ଆଇ-୩-ଏସ୍ କାର୍ବ ଭ୍ୟାରିଆଂଟ୍ର ଡ୍ରମ ଯୁକ୍ତ ମୂଲ୍ୟ ୬୧,୫୦୦ଟଙ୍କା ରହିଛି । ସେହିପରି ଏହାର ଡିସ୍କ ଯୁକ୍ତ ମୂଲ୍ୟ ୬୩,୯୦୦ଟଙ୍କା ରହିଛି । ଏକ୍ସ ପଲସ୍-୨୦୦ରେ ସୁରକ୍ଷିତ ଆଂଟି ଲକ୍ ବ୍ରେକ୍ ସିଷ୍ଟମ୍, ୨୦୦ସିସି ଏୟାର କୁଲଡ୍ ଇଞ୍ଜିନ୍, ବିଏସ୍-୪ ଯୋଗ୍ୟତା, ଏୟାର କୁଲଡ୍ ଇଞ୍ଜିନ୍, ୧୮.୪ ପିଏସ୍ ପାୱାର ଆଉଟ୍ପୁଟ୍, ୧୭.୧ ଏନ୍ଏମ୍ ଟର୍କ,ଏଥିରେ ଏଲଇଡି ପାଇଲଟ୍ ଲ୍ୟାମ୍ପ୍ ଓ ଏଲଇଡି ଟେଲ୍ ଲ୍ୟାମ୍ପ୍ ରହିଛି । ଏଥିରେ ଲମ୍ବା ସିଟ୍ ଆକର୍ଷଣୀୟ ଇଣ୍ଡିକେଟର୍, ବୃହତ୍ ଇନ୍ଧନ ଟାଙ୍କି, ଅଟୋମେଟିକ୍ ହେଡ୍ଲ୍ୟାମ୍ପ୍ ଅନ୍(ଏଏଚ୍ଓ) ପ୍ରଭୃତି ବୈଶିଷ୍ଟ୍ୟ ରହିଛି । ଏଥିରେ ୨୭୬ ଏମ୍ଏମ୍ ସମ୍ମୁଖ ଡିସ୍କ୍୍, ୨୨୦ ପଛ ଡିସ୍କ୍, ଏବିସି ସିଷ୍ଟମ୍, ୩୭ ଏମ୍ଏମ୍ ସମ୍ମୁଖ ଫର୍କ ୭-ଷ୍ଟେପ୍ ମନୋସକ୍ ସସ୍ପେନସନ୍, ଛଉଡା ଟାୟାର ରହିଛି । ଏହାର ଏଫ୍ଆଇ ଭ୍ୟାରିଆଂଟ୍ ମାଟ୍ ଗ୍ରୀନ୍, ପର୍ଲ ଫେଡ୍ଲେସ୍ ହ୍ୱାଇଟ୍ଏବଂ ମାଟ୍ ଆକ୍ସି ଗ୍ରେରେ ଉପଲବ୍ଧ ହେଉଛି । ଏହାର କାରବ୍ୟୁରେଟର ଭ୍ୟାରିଆଂଟ୍ ସ୍ପୋର୍ଟସ୍ ରେଡ୍ ଏବଂ ବ୍ଳାଖ୍ ରଙ୍ଗରେ ଉପଲବ୍ଧ ହେଉଛି । ଏକ୍ସ ପଲସ୍-୨୦୦-ଟିରେ ଅତ୍ୟାଧୁନିକ ଜ୍ଞାନକøଶଳର ଉପଯୋଗ କରାଯାଇଛି । ଏଥିରେ ଏବିଏସ୍, ଏଲଇଡି ହେଡ୍ ଏବଂ ଟେଲ୍ ଲ୍ୟାମ୍ପ୍, ଡିଜିଟାଲ ସ୍ପିଡୋ ମିଟର, ବ୍ଲୁଟୁଥ୍ କନେକ୍ଟିଭିଟି, ଟର୍ଣ୍ଣ-ବାଇ-ଟର୍ଣ୍ଣ ନାଭିଗେସନ୍ ଆଦି ବୈଶିଷ୍ଟ୍ୟ ରହିଛି । ୨୦୦ସିସି ଇଞ୍ଜିନ୍,୧୮.୪ ପିଏସ୍ ପାୱାର ଆଉଟ୍ପୁଟ୍, ୧୭.୧ ଏନ୍ଏମ୍ ଟର୍କ,ଏଥିରେ ଏଲଇଡି ପାଇଲଟ୍ ଲ୍ୟାମ୍ପ୍ ଓ ଏଲଇଡି ଟେଲ୍ ଲ୍ୟାମ୍ପ୍ ରହିଛି । ଏଥିରେ ଲମ୍ବା ସିଟ୍ ଆକର୍ଷଣୀୟ ଇଣ୍ଡିକେଟର୍, ବୃହତ୍ ଇନ୍ଧନ ଟାଙ୍କି, ଅଟୋମେଟିକ୍ ହେଡ୍ଲ୍ୟାମ୍ପ୍ ଅନ୍(ଏଏଚ୍ଓ) ପ୍ରଭୃତି ବୈଶିଷ୍ଟ୍ୟ ରହିଛି । ଏହା କ୍ୟାଣ୍ଡି ବ୍ଲେଜିଂ ରେଡ୍, ବ୍ଲାକ୍, ମାଟ୍ ଶିଲଡ୍ ଗୋଲ୍ଡ୍ ଏବଂ ମାଟ୍ ଆକ୍ସିସ୍ ଗ୍ରେ ରଙ୍ଗରେ ଉପଲବ୍ଧ ହେଉଛି । ଏକ୍ସଟ୍ରିମ୍ ୨୦୦-ଏସ୍ରେ ଅତ୍ୟାଧୁନିକ ଏବିଏସ୍ ସୁରକ୍ଷା ବୈଶିଷ୍ଟ୍ୟକୁ ଅର୍ନ୍ତଭୁକ୍ତ କରାଯାଇଛି । ଏହାର ମନୋ-ସକ୍, ଇଞ୍ଜିନ୍, ଫୁଟରେଷ୍ଟ ଏବଂ ମଫଲର୍ ଗ୍ରାହକଙ୍କୁ ଆକର୍ଷିତ କରିବାର ଆଶା ରହିଛି । ଏଥିରେ ଏୟାର କୁଲଡ୍ ସିଙ୍ଗଲ୍ ସିଲିଣ୍ଡର୍, ୪-ଷ୍ଟ୍ରୋକ୍ ୨୦୦ସିସି ଇଞ୍ଜିନ୍, ୧୮.୬ ପିଏସ୍ ପାୱାର, ୫-ସ୍ପିଡ୍ ଗିୟର ବକ୍ସ୍, ମନୋ ସସ୍ପେନସନ୍, ଆଗ ଓ ପଛ ଡିସ୍କ ବ୍ରେକ୍ ତଥା ଲେଡ୍ ଲାଇଟ୍ ପ୍ରଭୃତି ବୈଶିଷ୍ଟ୍ୟ ରହିଛି । ଏହା ସ୍ପୋର୍ଟସ୍ ରେଡ୍, ମାପେଲ୍ ବ୍ରାଉନ୍ ଏବଂ ପାନ୍ଥର ବ୍ଳାକ୍ରେ ଉପଲବ୍ଧ ହେଉଛି ।