ହିରୋ ମୋଟୋକର୍ପ ପକ୍ଷରୁ ଯୁବବର୍ଗଙ୍କ ଦକ୍ଷତା ବିକାଶ ପାଇଁ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ସ୍ଥାପିତ
ବିଶ୍ୱର ବୃହତ୍ ଦୁଇ ଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ପକ୍ଷରୁ ଯୁବବର୍ଗଙ୍କ ଦକ୍ଷତା ବିକାଶ ପାଇଁ ନିଜାମୁଦ୍ଦିନ୍ଠାରେ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ସ୍ଥାପିତ କରାଯାଇଛି । ଏହା ଦିଲ୍ଲୀ ସରକାରଙ୍କ ଟ୍ରେନିଂ ଏବଂ ଟେକ୍ନିକାଲ ଏଜୁକେଶନ ବିଭାଗ ସହଯୋଗରେ କାର୍ଯ୍ୟ କରିବ । ଯୁବବର୍ଗଙ୍କ ଲାଗି ଦୁଇ ଚକିଆ ଯାନ ଶିଳ୍ପରେ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ଏହି ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ କାର୍ଯ୍ୟ କରିବ । ଏହି ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ର ଉଦ୍ଘାଟନୀ ଅବସରରେ ଦିଲ୍ଲୀ ସରକାରଙ୍କ ଟ୍ରେନିଂ ଏବଂ ଟେକ୍ନିକାଲ ଏଜୁକେଶନ୍ ଡେପୁଟି ନିର୍ଦ୍ଦେଶକ ବିମଲ ଧିମ୍ରି, ହିରୋ ମୋଟୋ କର୍ପର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ମୁଖ୍ୟ ତଥା ମାନବ ସମ୍ବଳ ମୁଖ୍ୟ ଏବଂ ମୁଖ୍ୟ ସୂଚନା ଅଧିକାରୀ ବିଜୟ ସେଠୀ ଉପସ୍ଥିତ ଥିଲେ । ‘ହୁନର ସେ କାମୟାବି ତକ୍’ ସ୍ଲୋଗାନ୍ ଆଧାରରେ ଇତିମଧ୍ୟରେ ହିରୋମୋଟେ କର୍ପ ପକ୍ଷରୁ ୨୦,୦୦୦ରୁ ଅଧିକ ଯୁବବର୍ଗଙ୍କୁ ଦକ୍ଷତା ବିକାଶ ତାଲିମ୍ ପ୍ରଦାନ କରାଯାଇଛି ।


