ହିରୋ ମୋଟୋକର୍ପ ପକ୍ଷରୁ ସଚେତନତା ଅଭିଯାନ

ମୁମ୍ବାଇ, (ଏଜେନ୍ସି): ହିରୋ ମୋଟୋକର୍ପ ବିଶ୍ୱର ବୃହତ୍ତ ଦୁଇଚକିଆ ଯାନ ନିର୍ମାତା ପକ୍ଷରୁ ଗ୍ରାହକଙ୍କ ସୁବିଧା ପାଇଁ ଆରମ୍ଭ କରାଯାଇଥିବା ଏକ ଅନନ୍ୟ ଅଭିଯାନ । ଏହା ଅନ୍ତର୍ଗତ ଗ୍ରାହକଙ୍କ ମଧ୍ୟରେ ମତଦାନ ପାଇଁ ସଚେତନତା ସୃଷ୍ଟି ନିମନ୍ତେ ଏହି ଉଦ୍ୟମକୁ ଆରମ୍ଭ କରାଯାଇଛି । ଏହି ଅଭିଯାନ ମାଧ୍ୟମରେ ୮୫ ନିୟୁତରୁ ଅଧିକ ଗ୍ରାହକଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ସଚେତନ କରାଯାଉଛି । ପୃଥିବୀର ବୃହତମ ସାଧାରଣ ଗଣତାନ୍ତ୍ରିକ ନିର୍ବାଚନ ଅବସରରେ କମ୍ପାନୀ ପକ୍ଷରୁ ଭେହିକିଲ୍ ମେଣ୍ଟେନାନ୍ସ୍ ସ୍କିମ୍ର ପ୍ରଚଳନ କରାଯାଇଛି । ଏହା ଗ୍ରାହକଙ୍କୁ ମତଦାନ ଅଧିକାର ସାବ୍ୟସ୍ତ ପାଇଁ ପ୍ରେରିତ କରାଇବ । ମତଦାନ ପରେ ଗ୍ରାହକ ହିରୋ ମୋଟୋକର୍ପ ଡିଲରଶିପ୍ରେ ଏବଂ ୱାର୍କଶପ୍ରେ ପହଞ୍ଚି ସେମାନଙ୍କ ହାତରେ ଭୋଟିଂ ଦେବା କାଳି ଦେଖାଇ ଦୁଇଚକିଆ ଯାନ ୱାଶ୍ କରିବା ସହିତ ମାଗଣାରେ ୧୯୯ଟଙ୍କାର ସେବା ପାଇପାରିବେ । ପ୍ରତି ସହରରେ ପୋଲିଂ ହେବାର ଦୁଇ ଦିନ ପର୍ଯ୍ୟନ୍ତ ଏହି ସୁବିଧା ଗ୍ରାହକଙ୍କୁ ଯୋଗାଇ ଦିଆଯିବ । ଏହି ଯୋଜନା ୨୦୧୯ ଏପ୍ରିଲ୍-ମଇରେ ଉପଲବ୍ଧ ହେବ । ଏଥିପାଇଁ ପ୍ରି ବୁକ୍କାରୀ ଗ୍ରାହକଙ୍କୁ ଭେହିକିଲ୍ ସର୍ଭିସ୍ ପ୍ୟାକେଜ୍ ଯୋଗାଇ ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ