ହିରୋ ମୋଟୋସ୍ପୋର୍ଟସ୍ ପାନ ଆଫ୍ରିକା ର‌୍ୟାଲି ୨୦୧୯ର ବିଜେତା

ବିଶ୍ୱର ସର୍ବବୃହତ ଦୁଇ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପର ମୋଟୋସ୍ପୋର୍ଟସ୍ ଟିମ ହିରୋ ମୋଟୋସ୍ପୋର୍ଟସ୍ ଟିମ ର‌୍ୟାଲି ପାନ ଆଫ୍ରିକା ର‌୍ୟାଲି ୨୦୧୯ର ବିଜେତା ଘୋଷିତ ହୋଇଛନ୍ତି । ଏହି ସିଜିନର ଏହା ଟିମର ପ୍ରଥମ ବିଜୟ । ଟିମ ରାଇଡର ଜୋକ୍ୱିମ ରୋଡ୍ରିଗ୍ୟୁ “ଜେ ରୋଡ୍” ଦୀର୍ଘ ୬ ଦିନ ଧରି ର‌୍ୟାଲି ରେ ଲଗାତାର ୧୫୦୦ କିମି ପୁରାକରି ଏହି ବିଜୟ ହାସଲ କରିଛନ୍ତି । ଏହା ତାଙ୍କର ଦ୍ୱିତୀୟ ଅନ୍ତଃରାଷ୍ଟ୍ରୀୟ ବିଜୟ । ଏଥିପୂର୍ବରୁ ୨୦୧୭ ମସିହାରେ ସେ ବିଏଜିଏ ଇଣ୍ଡିଆର ବିଜେତା ହୋଇଥିଲେ । ଡାକାର ର‌୍ୟାଲି ୨୦୧୮ ରେ ଦୁର୍ଘଟଣା ପରେ ଜେ ରୋଡ୍ ଙ୍କ ଏହା ଏକ ବୃହତ ବିଜୟ । ଏହା ଏହି ସିଜିନର ବାକିଥିବା ଦୁଇଟି ର‌୍ୟାଲି ପାଇଁ ତାଙ୍କୁ ପ୍ରସ୍ତୁତ କରିବ । ଅବଶିଷ୍ଟ ଦୁଇଟି ର‌୍ୟାଲୀ ମଧ୍ୟରୁ ଗୋଟିଏ ହେଉଛି ଡାକାର ର‌୍ୟାଲି ୨୦୨୦ । ଟିମ ପାଇଁ ଏକ ମାତ୍ର ଅନ୍ୟ ରାଇଡର ସିଏସ୍ ସନ୍ତୋଷ ମଧ୍ୟ ଏହି ଅବିସ୍ମରଣୀୟ ର‌୍ୟାଲି ରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୫ମ ସ୍ଥାନରେ ରହିଛନ୍ତି । ଏହା ତାଙ୍କୁ ଆସନ୍ତା ଦୁଇଟି ର‌୍ୟାଲି ଡୁ ମାରୋକ ଓ ଡାକାର ୨୦୨୦ ପାଇଁ ପ୍ରୋତ୍ସାହନ ଦେବ । ତିନିବର୍ଷ ପୁର୍ବେ ସ୍ଥାପିତ ହିରୋ ମୋଟୋସ୍ପୋର୍ଟସ୍ ର‌୍ୟାଲି ପାଇଁ ଚଳିତ ସିଜିନର ଏହା ପ୍ରଥମ ବିଜୟ । ଏହାର ଯୁବ କ୍ୟାରିୟରରେ ଏହା ଦ୍ୱିତୀୟ ଅନ୍ତଃରାଷ୍ଟ୍ରୀୟ ବିଜୟ । ଟିମର ପ୍ରଦର୍ଶନ ପୁର୍ବ ବର୍ଷ ଅପେକ୍ଷା ଉନ୍ନତ ହୋଇ ଚଳିତ ବର୍ଷ ତିନୋଟି ପୋଡିଅମ ଫିନିଗ ହୋଇଛି । ଏଥିପୁର୍ବରୁ ଟିମ ମର୍ଦୁଗା ର‌୍ୟାଲି ଓ ଡେଜର୍ଟ ଷ୍ଟର୍ମରେ ପୋଡିଅମ ପିନିଶ କରିଥିଲା । ଏହି ପ୍ରଭାବଶାଳୀ ପ୍ରଦର୍ଶନ ପରେ ହିରୋ ମୋଟୋସ୍ପୋର୍ଟସ୍ ଟିମ ଅକ୍ଟୋବର ଅନୁଷ୍ଠିତ ହେବାକୁ ଥିବା ର‌୍ୟାଲି ଡୁ ମରୋକ ପାଇଁ ପ୍ରସ୍ତୁତ ହେଉଛି । ହିରୋ ମୋଟୋସ୍ପୋର୍ଟସ୍ ର ଟିମ ର‌୍ୟାଲି ର ମୁଖ୍ୟ ତଥା ଟିମ ମ୍ୟାନେଜର ଓଲ୍ଫଗ୍ୟାଙ୍ଗ ଫିଶର କହିଛନ୍ତି, “ଜେ ରୋଡ ଏବଂ ସନ୍ତୋଷଙ୍କ ପାଇଁ ଏହା ଏକ ଅବିସ୍ମରଣୀୟ ସପ୍ତାହ । ଜେ ରୋଡ ଙ୍କ ଯାତ୍ରା ପ୍ରେରଣାଦାୟକ ରହିଛି । ଡାକାରରେ ନିଜର ସ୍ୱପ୍ନର ଆରମ୍ଭ ସହ ୨୦୧୭ ମସିହାରେ ହିରୋ ମୋଟୋସ୍ପୋର୍ଟସ୍ ପାଇଁ ପ୍ରଥମ ବିଜୟ, ଡାକାର ୨୦୧୮ ରେ ଗମ୍ଭିର ଭାବରେ ଆହତ ଏବଂ ତାପରେ ଏକ ପ୍ରଭାବଶାଳୀ ପ୍ରତ୍ୟାବର୍ତନ ବହୁତ ମହତ୍ୱପୁର୍ଣ୍ଣ । ସନ୍ତୋଷ ଭାରତୀୟ ମୋଟୋସ୍ପୋର୍ଟସ୍ ପାଇଁ ଏବଂ ବିଶ୍ୱ ରାଷ୍ଟ୍ରଦୁତ ଭାବରେ ଆଜି ସର୍ବଶ୍ରେଷ୍ଠ ପରିଣାମ ତାଙ୍କ ପାଇଁ ଏବଂ ଭାରତୀୟ ଖେଳ ପାଇଁ ସକରାତ୍ମକ ।”  ଜୋକ୍ୱିମ ରୋଡ୍ରିଗ୍ୟୁ କହିଛନ୍ତି, “ଆଜିର ବିଜୟ ପାଇଁ ମଁ ୁ ବହୁତ ଆନନ୍ଦିତ ୨୦୧୮ ମସିହାରେ ଡାକାର ଠାରେ ମୋର ଦୁର୍ଘଟଣା ପରେ କିଛି ଦିନ ମୋ ପାଇଁ ବଡ କଠିନ ଥିଲା । ଏହି ବିଜୟ ମୋର ଆତ୍ମବିଶ୍ୱାସ ଫେରି ଆସିଛି ଏବଂ ଆଜି ଦିନରେ ମୋର ପିଠି ଯନ୍ତ୍ରଣା ମଧ୍ୟ ଉପଶମ ହୋଇଯାଇଛି ।” ହିରୋ ମୋଟୋସ୍ପୋର୍ଟସ୍ ର ରାଇଡର ସି ଏସ ସନ୍ତୋଷ କହିଛନ୍ତି, “ମୁଁ ନିରନ୍ତର ଭାବରେ ଚେଷ୍ଟା କରି ପ୍ରତ୍ୟେକ ପର୍ଯ୍ୟାୟରେ ଉନ୍ନତି କରି ଚାଲିଲି । ଏହି ପ୍ରତିଯୋଗୀତାରେ ୫ମ ହେବା ଆନନ୍ଦଦାୟକ । ମୁଁ ଡାକାର ପାଇଁ ଖୁବ ଆଶାବାଦୀ ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ