ହିଲ ଟପ୍ ଉଚ୍ଚ ମାଧ୍ୟତ୍ମିକ ବିଦ୍ୟାଳୟ ରେ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟକ୍ରମ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ସ୍ଥାନୀୟ ହିଲ ଟପ ଉଚ୍ଚ ମାଧ୍ୟତ୍ମିକ ବିଦ୍ୟାଳୟ ମୋହନା ଠାରେ ଜାତୀୟ ସେବା ଯୋଜନା ର ବାଳକ ଓ ବାଳିକା ବିଭାଗର ମିଳିତ ଉଦ୍ୟମରେ ମହାବିଦ୍ୟାଳୟ ପରିସରରେ ନାନାଦି ଔଷଧୀ ବୃକ୍ଷ ମାନ ରୋପଣ କରାଯିବା ସହ ସ୍ୱଚ୍ଛତା ଓ ସଫେଇ କାର୍ଯ୍ୟକ୍ରମ ବାଳକ ବିଭାଗ ଯୋଜନା ଅଧିକାରୀ ଶ୍ରୀ ଭଗବାନ ବିଷୋୟୀ ଓ ବାଳିକା ବିଭାଗ ଯୋଜନା ଅଧିକାରୀ ଶ୍ରୀ ଅନିଲ କୁମାର ତ୍ରିପାଠୀଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମ କୁ ଅଧ୍ୟକ୍ଷ ଶ୍ରୀ ସିମାଞ୍ଚଳ ସାହୁ ଉଦଘାଟନ କରିଥିବା ବେଳେ, ଡକ୍ଟର ଅନ୍ତର୍ଯ୍ୟାମୀ ଗୌଡ଼, ଶ୍ରୀ ମୀନକେତନ ମିଶ୍ର, ଶ୍ରୀ ଅଜୟ ଦଳେଇ, ଶ୍ରୀ ଆଶିଷ ଅଧିକାରୀ ଏବଂ ଚାନ୍ଦିପୁଟସ୍ଥିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା NSS ଗଜପତି ଜିଲ୍ଲା ସଂଯୋଜକ ଡକ୍ଟର ସନ୍ୟାସୀ ବେହେରା, ବାଳିକା ବିଭାଗୀୟ ଯୋଜନା ଅଧିକାରୀ ଡକ୍ଟର ବୁନୁ କୁମାରୀ ପାଣିଗ୍ରାହୀ ଯୋଗଦାନ ଦେଇଥିଲେ I


