ହିଡ଼ିଗାଁ ଡାକଘର ସ୍ଥାନାନ୍ତରକୁ ନେଇ ଅସନ୍ତୋଷ

ବାଲେଶ୍ୱର,(ସରୋଜ ପଣ୍ଡା): ହିଡ଼ିଗାଁ ପୋଷ୍ଟ ଅଫିସ ସ୍ଥାନାନ୍ତରକୁ ବିରୋଧ କରି ଗ୍ରାମବାସୀମାନେ ବାଲେଶ୍ୱର ଡାକ ଅଧୀକ୍ଷକଙ୍କଠାରେ ଫେରାଦ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ଏହି ଡାକଘର ଗାଁ’ର ମଧ୍ୟମ ସ୍ଥଳ ଅର୍ଥାତ ହିଡ଼ିଗାଁ ନୋଡାଲ ସ୍କୁଲଠାରେ କାର୍ଯ୍ୟ ଚାଲୁଥିଲା । ମାତ୍ର ତତ୍କାଳୀନ ପୋଷ୍ଟମାଷ୍ଟର ଅଧର ଚନ୍ଦ୍ର ମାଇତି କାର୍ଯ୍ୟ କରୁଥିଲେ । ସେ ଚାକିରିରୁ ଅବସର ନେବା ପରେ ନୂତନ ଅଧିକାରୀ ଏହି ଡାକଘରକୁ ଗ୍ରାମର ଶେଷମୁଣ୍ଡର ଏକ ଦ୍ୱିମହଲା କୋଠାଘରକୁ ସ୍ଥାନାନ୍ତର କରିଛନ୍ତି । ଏହା ଦ୍ୱାରା ବରିଷ୍ଠ ନାଗରିକଙ୍କ ସମେତ ଅନ୍ୟାନ୍ୟ ବର୍ଗର ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପୂର୍ବଭଳି ଡାକଘରକୁ ଗାଁ’ର ମଧ୍ୟମସ୍ଥଳ ସ୍କୁଲ ନିକଟରେ କାର୍ଯ୍ୟକାରୀ କରାଇବାକୁ ସେମାନେ ଦାବି କରିଛନ୍ତି । ଏନେଇ ଗ୍ରାମବାସୀମାନେ ଜିଲା ମୁଖ୍ୟ ଡାକ ଅଧୀକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ