ହୁଣ୍ଡାଇ ‘ଭେରନା କାର’ର ବଜାର ପ୍ରବେଶ
ବାଲେଶ୍ୱର, (ସରୋଜ ପଣ୍ଡା):ବିଶ୍ୱର ଖାତନାମା ୪ଚକିଆ ଯାନ ନିର୍ମାତା ‘ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ’ର ନୂତନ ମଡେଲ କାର ‘ଭେରନା’ ଶନିବାର ବାଲେଶ୍ୱରରେ ବଜାର ପ୍ରବେଶ କରିଛି । ବାଲେଶ୍ୱରର ଅଧିକୃତ ବିକ୍ରେତା ‘ପ୍ରିମିୟର ହୁଣ୍ଡାଇ’ ସୋରୁମରେ ଆୟୋଜିତ ଉତ୍ସବରେ ନୂତନ ମଡେଲ କାର ‘ଭେରନା’ର ଶୁଭ ଅନାବରଣ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଫକୀର ମୋହନ ଗୋଲେଇ ଶାଖା ପରିଚାଳକ ସବ୍ୟସାଚୀ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଭେରନା କାରକୁ ଅନବାରଣ କରିଥିଲେ । ନୂତନ ଜ୍ଞାନ କୌଶଳରେ ନିର୍ମିତ ଏହି କାର ଗ୍ରାହକଙ୍କ ପାଇଁ ଆରମଦାୟକ ସାବ୍ୟସ୍ତ ହେବା ସହ ଭରପୂର ସୁରକ୍ଷା ପ୍ରଦାନ କରିବ ବୋଲି ସେ କହିଥିଲେ ।ଏସବିଆଇ ପ୍ରୁଫ ରୋଡ଼ ଶାଖା ପରିଚାଳକ ଚିନ୍ମମୟୀ କର ଓ ମହିନ୍ଦ୍ରା ଫାଇନନ୍ସର ଶାଖା ପରିଚଳକ ଦେବାଷିଷ ଚାଟାର୍ଜୀ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂତନ ମଡେଲର ଆକର୍ଷଣୀୟ ଭେରନା କାର ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି ଆଶା ପ୍ରକାଶ କରିଥିଲେ । ପିମିୟର ହୁଣ୍ଡାଇର ପରିଚାଳନା ନିର୍ଦ୍ଦେଶକ ଶିବୁ ପୋଦାର ଓ ନିର୍ଦ୍ଦେଶକ ଅଙ୍କତ ପୋଦାର ପ୍ରମୁଖ ଏଥିରେ ବଜାର ପ୍ରବେଶ ଉତ୍ସବରେ ଯୋଗଦେଇ ହୁଣ୍ଡାଇ କାର ଭେରନାର ବିଶେଷତା ଓ ପ୍ରିମିୟର ହୁଣ୍ଡାଇର ଉତ୍ତମ ଗ୍ରାହକ ସେବା ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରିମିୟର ହୁଣ୍ଡାଇ ସୋରୁମର ଜେନେରାଲ ମ୍ୟାନେଜର ଚିତ୍ତରଂଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବାଧାନରେ ଅୟୋଜିତ କାର ଅନାବରଣ ଉତ୍ସବକୁ ସେଲ୍ସ ହେଡ କୁମୁଦ ରଂଜନ ପତି, ଏଜିଏମ (ସେଲ୍ସ) ପରେଶ ପାଉଲ, ଏଏସଏମ ସଂଜୀବ କୁମାର ବାରିକ ପ୍ରମୁଖ ପରିଚାଳନା କରିଥିଲେ ।