ହୁମ୍ମା ଓ ଫୁଲବାଣୀ ରାସ୍ତାଅବରୋଧ କରିବେ ଚାଷୀ ମାନେ ୧୫ରେ ଟୋକେନ୍ ଦେଇ ଧାନ ନକିଣିବା ପ୍ରତିବାଦରେ

ଗଞ୍ଜାମ, (ଓ୍ବାଇଏନ୍ଏସ୍):ଗଞ୍ଜାମ ବ୍ଲକଅନ୍ତର୍ଗତ ହୁମ୍ମା ସେବା ସମବାୟ ସମିତିର ପଞ୍ଜିକୃତ ଚାଷୀ ମାନଙ୍କୁ ଟୋକେନ୍ ଦେଇ ମଣ୍ଡିରେ ଧାନ କିଣୁନଥିବା ପ୍ରତିବାଦରେ ଆସନ୍ତ ୧୫ତାରିଖରେ ହୁମ୍ମା ଠାରେ ହୁମ୍ମା-ଫୁଲବାଣୀ ରାସ୍ତା ଅବରୋଧ କରିବେ ବୋଲି ଚ ପ୍ରଶାସନକୁ ଲିଖିତ ଚେତାବନୀ ଦେଇଛନ୍ତି। ସେମାନେ ଜଣାଇଛନ୍ତି ହୁମ୍ମା ସେବା ସମବାୟ ସମିତି ଆନୁକୂଲ୍ୟରେ କଳାଯମୁନା, ବୋରିଗାଁ, ଗଡ଼ହୁମ୍ମା, ଚାଷୀ ମାନେ ଧାନ ବିକ୍ରିପାଇଁ ପଞ୍ଜିକୃତ କରି ଫେବୃଆରୀ ଦୁଇ ତାରିଖରେ ଟୋକେନ୍ ପାଇଥିଲେ । ମାତ୍ର ଧାନ ନକିଣିବାରୁ ପ୍ରଶାସନ ପାଖକୁ ବାରମ୍ବାର ଦୌଡ଼ି ଅଭିଯୋଗ କରିବା ପରେ ମଣ୍ଡିରେ ଟାର୍ଗେଟ ଆସିନାହିଁ , ଆସିଲେ ଧାନ କିଣିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବର୍ତ୍ତମାନ ଟାର୍ଗେଟ ଆସିଥିଲେ ମଧ୍ୟ ଧାନ କିଣିବା ବଦଳରେ ଟୋକେନ୍ ର ଡେଟ ପଳାଇଲାନି , ଆଉ ଧାନ କିଣାଯାଇପାରିବନି ବୋଲି କହି ଫେରାଇଦେଉଥିବାରୁ ଚାଷୀଙ୍କ ମହଲରେ ତ୍ରିବି ପ୍ରତିକ୍ରିୟା ପ୍ରକାଶ ପାଇଛି । ଚାଷୀ ଋଣ କରି ଚାଷ କରିଥିବା ବେଳେ ବର୍ତ୍ତମାନ ଧାନ ବିକ୍ରି ନହୋଇ ପଡିରହିବା ଯୋଗୁଁ ଆର୍ଥିକ ଓ ମାନସିକ ସ୍ତରରେ ଭାଙ୍ଗିପଡିଥିବା ବେଳେ, ପ୍ରଶାସନ ଏହାର ପ୍ରତିକାର କରାଯାଇ ମଣ୍ଡିରେ ଧାନ ନକିଣା ଗଲେ ଚଳିତ ମାସ ୧୫ ତାରିଖରେ ହୁମ୍ମା ସ୍ଥିତ ସାଲଟ ପଡିଆ ଛକ ଠାରେ ଧାନ ବସ୍ତା ରଖି ହୁମ୍ମା-ଫୁଲବାଣୀ ରାସ୍ତା ଅବରୋଧ କରିବେ , ଏଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ