ହୃଦଘାତରେ ବରିଷ୍ଠ କଂଗ୍ରେସ୍ ନେତାଙ୍କ ପରଲୋକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଧୂମୂଛାଇ ପଞ୍ଚାୟତ ପାଟୁଳି ସାହି ଗ୍ରାମର ବରିଷ୍ଠ କଂଗ୍ରେସ୍ ନେତା ତାରିଣୀ ଚରଣ ଖଣ୍ଡୁଆଳଙ୍କ 90 ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି I ତାରିଣୀ ଜଣେ ଦକ୍ଷ ରାଜନେତା ସହ ଜଣେ ସଫଳ ଚାଷୀ ଭାବରେ ବେଶ ପରିଚିତ ଥିଲେ I ଏହା ସହ ସ୍ଵର୍ଗତ ଖଣ୍ଡୁଆଳ ଜଣେ ପରୋପକାରୀ, ଧର୍ମପରାୟଣ ଏବଂ ଅମାୟିକ ବ୍ୟକ୍ତିତ୍ୱ ଥିଲେ I ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କଂଗ୍ରେସ୍ କର୍ମୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ସ୍ଵର୍ଗତ ତାରିଣୀଙ୍କ ଅନ୍ତିମ ଦର୍ଶନ କରିବା ସହ ଗଭୀର ଶୋକବ୍ୟକ୍ତ କରିଥିଲେ I ଗ୍ରାମ ଶ୍ମଶାନରେ ତାରିଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ