ନିଜ ହାତ ନିଜେ କାଟିଲେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଜଣେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ନିଜ ହାତକୁ ନିଜେ କାଟିଦେଇ ଗୁରୁତର ହେବା ଘଟଣା ବେଲଗୁଣ୍ଠା ଅଞ୍ଚଳରେ ଚହଳ ପକାଇଦେଇଛି I ସୂଚନା ପ୍ରକାରେ ଆଜି ସକାଳ ଦଶ ଘଣ୍ଟା କୋଡ଼ିଏ ମିନିଟ୍ ସମୟରେ ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ଜଡାହାଟୂଣି ଗ୍ରାମର ବିଦୁର ଗୌଡ଼ (୪୫) ନାମକ ଜଣେ ବ୍ୟକ୍ତି କାତିଟିଏ ଧରି ଏକ ଲୁଙ୍ଗି ପିନ୍ଧି ଗୋଟିଏ ମୋଟର୍ ସାଇକେଲ୍ ରେ ବେଲଗୁଣ୍ଠା ବାଙ୍କି ବଜାର ସ୍ଥିତ ଦକ୍ଷିଣ ସୁବୁଦ୍ଧି ହୋଲସେଲ୍ ସାଇକେଲ୍ ଦୋକାନକୁ ଆସି ପାଗଳଙ୍କ ଭଳି କିଏ ମୋତେ ମାରିଦେବ,ହାଣିଦେବ ବୋଲି ପାଟି କରିଥିଲା I ଏହାପରେ ସେ ଜଗନ୍ନାଥପାଟଣା ସାହି ସ୍ଥିତ ଦକ୍ଷିଣ ସୁବୁଦ୍ଧି ସାଇକେଲ୍ ଦୋକାନର ଗୋଦାମ ଘରେ ପଶିଯାଇ ଭିତର ପଟୁ କବାଟ ବନ୍ଦ କରିଦେବା ସହ ଗୋଦାମ ଭିତରେ ସେ ଧରିଥିବା କାତିରେ ନିଜର ଦୁଇଟି ଯାକ ହାତର ଶିରାକୁ କାଟିଦେଇ ଚିତ୍କାର କରିଥିଲା I ବିଦୁରର ଚିତ୍କାର ଶୁଣି ଲୋକ ସେଠାକୁ ଦୌଡ଼ି ଆସି କବାଟ ଫାଙ୍କରେ ବିଦୁରର ଅବସ୍ଥା ଦେଖି ପୋଲିସ୍ ଏବଂ ଆମ୍ବୁଲାନ୍ସକୁ ଖବର ଦେଇଥିଲେ I ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି କବାଟ ଭାଙ୍ଗି ବିଦୁର ଠାରୁ କାତି ଛଡ଼ାଇ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ୍ ସାହାଯ୍ୟରେ ଭଞ୍ଜନଗର ପଠାଇବା ପରେ ସେଠାରୁ ବିଦୁରକୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି I ବିଦୁରର ଉଭୟ ହାତ ଏବଂ ବେକରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିବାରୁ ବିଦୁରର ଅବସ୍ଥା ମଧ୍ୟ ସଂକଟାପନ୍ନ ଥିବା ଜଣା ପଡ଼ିଛି I ଘଟଣା ସମ୍ପର୍କରେ ପୋଲିସ୍ ବିଦୁରର ସ୍ତ୍ରୀ ପଙ୍କଜ ଗୌଡଙ୍କୁ ଥାନାକୁ ଡାକି ବିଦୁର ସମ୍ପର୍କରେ ପଚରାଉଚୁରା କରିଥିଲେ I ପଙ୍କଜର ବୟାନ ପ୍ରକାରେ ବିଦୁର ଉଦୟଗିରିର ଏକ ସାଇକେଲ୍ ମାର୍ଟରେ କାମ କରୁଥିଲା I ସେଠାରେ କାମ କରିବା ସମୟରେ ତାର ଦକ୍ଷିଣ ସୁବୁଦ୍ଧିଙ୍କ ସହ ପରିଚୟ ହୋଇଥିଲା I ପନ୍ଦର ଦିନ ତଳେ ସେ କିଛି ଔଷଧ ଖାଇ ପାର୍ଶ୍ଵ୍ ପ୍ରତିକ୍ରିୟା ହେବା ଯୋଗୁଁ ସେ ଉଦୟଗିରି ଏବଂ ଫୁଲବାଣୀ ମେଡିକାଲ୍ ଯାଇ ଚକିତ୍ସିତ ହେବା ସହ ଦଶ ଦିନ ହେବ ନିଜ ଗାଆଁରେ ରହୁଥିଲା I ସେ ଗାଆଁରେ ରହୁଥିବା ସମୟରେ ମଧ୍ୟ ବେଳେ ବେଳେ କିଏ ମୋତେ ମାରିଦେବ, ହାଣିଦେବ ଦେବ କହି ପ୍ରଳାପ କରୁଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ