ହୃଦ୍ ଘାତରେ ଖ୍ୟାତନାମା ପ୍ରବଚକଙ୍କ ବିୟୋଗ

ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ କୃଷ୍ଣଦାସପୁର ପଞ୍ଚାୟତର ଚଷାପଡା (ସୁଧାଗଡ) ଗ୍ରାମର ବିଶିଷ୍ଟ ସମାଜସେବୀ ଅନୁଷ୍ଠାନ ପ୍ରେମୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ପରିଡା ହୃଦ୍ ଘାତରେ ମୃତ୍ୟୁବରଣ କରିଛନ୍ତି। ସ୍ବର୍ଗତ ପରିଡା ଜଣେ ପ୍ରବଚକ ଭାବରେ ପରିଚିତ ଥିଲେ। ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହିତ ଜଡିତ ରହିଥିଲେ। ସେ ବିଭିନ୍ନ ସ୍ଥାନରେ ବିନା ପାରିଶ୍ରମିକରେ ପ୍ରବଚନ ପ୍ରଦାନ କରିବା ସହିତ ସୁନ୍ଦର ଭାବରେ ବିଭିନ୍ନ ସ୍ବର ତାଳରେ ପୁରାଣ ପାଠ କରୁଥିଲେ। ତାଙ୍କର ଆକସ୍ମିକ ମୃତ୍ୟୁ ଜଗତସିଂହପୁର ଜିଲ୍ଲାବାସୀଙ୍କୁ ମର୍ମାହତ କରିଛି। ବିଭିନ୍ନ ପ୍ରବଚନ ମଞ୍ଚତରଫରୁ ପରିଡା ମହୋଦୟଙ୍କ ପାଇଁ ଶୋକ ବ୍ୟକ୍ତ କରାଯାଇଛି। ସିଙ୍ଗରି ପୁରାଣ ପ୍ରଚାର ସମିତି। ମା ନାରାୟଣୀ ପ୍ରବଚନ କମିଟି, ଜିଲ୍ଲାର ଅଗ୍ରଣୀ ସଂଗଠନ ଗିରିରାଜ ଟ୍ରଷ୍ଟ ପକ୍ଷରୁ ଅମର ଆତ୍ମାର ସଦ୍ ଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି। ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି, ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ଶିକ୍ଷାବିତ ନିରଞ୍ଜନ ପଣ୍ଡା, ନିରଞ୍ଜନ ରାଉତ, ରବୀନ୍ଦ୍ର ସେଠୀ, ଶିକ୍ଷକ ଧନେଶ୍ବର ରାଉତ, ହରେକୃଷ୍ଣ ଦାସ, ଅଜୟ ଦାସ, ହୃଷୀକେଶ ସାହୁ, ସଚୀକାନ୍ତ ଦାସ, ଶଙ୍କର ସଣ ରାଉତ ଓ ସସ୍କୃତ ଶିକ୍ଷକ ମହେନ୍ଦ୍ର ରାଉତ,ରାକେଶ୍ ମହାପାତ୍ର ପ୍ରଭୃତି ବହୁମାନ୍ଯଗଣ୍ଯ ବ୍ଯକ୍ତି ବିଶେଷ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ