ହୃଦୟ ବିଦାରକ ଦୃଶ୍ୟ, ନବଜାତ ଶିଶୁପୁତ୍ରକୁ କାମୁଡି ଟାଣିନେଲେ କୁକୁର  

ବୁଗୁଡା (ଅନିଲ ମହାରଣା) : ନବଜାତ ଜୀବିତ ପୁତ୍ର ସନ୍ତାନକୁ କୁକୁର କାମୁଡି ଟାଣିନେଇ ମାରିଦେଇ ଥିବା ଏକ ହୃଦୟ ବିଦାରକ ଘଟଣା ଘଟିଥିବା ଜଣାପଡ଼ିଛି। ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ମୁଖ୍ୟ ସଡ଼କ ଉପରେ ଘଟିଥିଲା ଏହିପରି ହୃଦୟ ବିଦାରକ ଦୃଶ୍ୟ । ଗତ ରାତ୍ର ଦୁଇଟା ପରେ କୌଣସି ବ୍ୟକ୍ତି ଏହି ନବଜାତ ପୁତ୍ର ସନ୍ତାନକୁ ମେଡ଼ିକାଲ ସମ୍ମୁଖରେ ପକାଇ ଚାଲି ଯାଇଥିବା ବେଳେ ପୁତ୍ର ସନ୍ତାନଟି ଜୀବିତ ଥିବା ଅନୁମାନ କରାଯାଉଛି। କେହିବ୍ୟକ୍ତି ଏହି ନବଜାତ ଶିଶୁକୁ ମେଡ଼ିକାଲ ସମ୍ମୁଖରେ ପକାଇ ଦେଇ ଚାଲି ଯାଇଥିବ ବେଳେ କୁକୁର ଶିଶୁଟିକୁ କାମୁଡି ଟାଣି ନେଇଥିଲା।ସେହି ନବଜାତ ପୁତ୍ର ସନ୍ତାନକୁ ଉଦ୍ଧାର କରି ମେଡ଼ିକାଲକୁ ନିଆଯାଇଥିବା ବେଳେ ନବଜାତ ପୁତ୍ର ସନ୍ତାନ୍ତଟି କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଯେହେତୁ ପୁତ୍ର ସନ୍ତାନ ହୋଇଥିବା ଯୋଗୁଁ ଅଲୋଡ଼ା ଭାବି କେହି ପକାଇ ନଥାନ୍ତା। ତେଣୁ ଏହା ଏକ ଅବୈଧ ସନ୍ତାନ ହୋଇଥିବା ଯୋଗୁଁ ପକାଇ ଦିଆଯାଇ ଥିବା ଅନୁମାନ କରାଯାଉଛି। ନବଜାତ ପୁତ୍ର ସନ୍ତାନଟିକୁ ଅନ୍ୟତ୍ର ନପକାଇ ମେଡ଼ିକାଲ ସମ୍ମୁଖରେ ପକାଇବା କାରଣରୁ ଅନୁମାନ କରା ଯାଉଛି ଯେ ପକାଇଲା ବେଳେ ପୁତ୍ର ସନ୍ତାନଟି ଜୀବିତ ଥିଲା। ଯେଉଁ ବ୍ୟକ୍ତି ମେଡ଼ିକାଲ ସମ୍ମୁଖରେ ପକାଇଲେ ସେ ଭାବିଥିଲେ ଯେ ମେଡ଼ିକାଲକୁ ରାତ୍ରରେ ମଧ୍ୟ ଲୋକେ ଯିବା ଆସିବା କରୁଥିବା ଯୋଗୁଁ କେହିମଧ୍ୟ ଦେଖିଲେ ମେଡ଼ିକାଲକୁ ନେଇ ଛୁଆଟିକୁ ବଞ୍ଚାଇ ପାରିବ। ମାତ୍ର ସେହି ନବଜାତ ଶିଶୁ କୁକୁର ମୁହଁରେ ପଡି ମୃତ୍ୟୁ ବରଣ କଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ