ହେତୁବାଦୀ ବି.ବଳାକୃଷ୍ଣାଙ୍କ ଶୋକ ସଭା ପାଳନ
ବ୍ରହ୍ମପୁର,(ୱାଇ ଏନ ଏସ): ଶକ୍ତିନଗରସ୍ଥିତ ସହୀଦ ଭଗତ ସିଂ ପାଠାଗାର ଠାରେ ମାନବବାଦୀ ହେତୁବାଦୀ ସଙ୍ଗଠନ ଆନୁକୂଲ୍ୟରେ ମହାନ ହେତୁବାଦୀ ବି.ବାଳାକୃଷ୍ଣଙ୍କର ୧୩.୦୬.୨୦୨୫ ରେ ମୃତ୍ୟୁଯୋଗୁଁ ତାଙ୍କ ସ୍ମରଣରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଂଗଠନର ଉପଭାପତି କିଶୋର ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିଲେ। ସର୍ବପ୍ରଥମେ ବାଳାକୃଷ୍ଣଙ୍କ ଫୋଟୋଚିତ୍ରରେ ସର୍ବପ୍ରଥମେ ସମସ୍ତେ ପୁଷ୍ପାଞ୍ଜଳି ଦେଇଥିଲେ। ସଂଗଠନର ସମ୍ପାଦକ କେ.ନନ୍ଦେଷୁ ସେନାପତି ପ୍ରଥମେ ବାଳକୃଷ୍ଣଙ୍କ ସ୍ମୃତିଚାରଣ କରିଥିଲେ ଓ ମାନବବାଦୀହେତୁବାଦୀ ସଂଗଠନର ପ୍ରତିଷ୍ଠାତା ସଭ୍ୟ ଥିଲେ ବୋଲି କହିଥିଲେ। ସେ ସମାଜରୁ କୁ ସଂସ୍କାର ଅନ୍ଧବିଶ୍ୱାସ ଦୁରକରିବାପାଇଁ ସବୁବେଳେ ପ୍ରୋତ୍ସାହିତ କରୁଥିଲେ। ବି.ବାଳାକୃଷ୍ଣାଙ୍କ ମୃତ୍ୟୁପରେ ପିତାଙ୍କ କହିବାନୁଯାୟୀ ତାଙ୍କ ଝିଅ ଶ୍ରୁତି ପିତାଙ୍କର ଚକ୍ଷୁଦାନ ଓ ଶରୀର ଦାନ କରିବାପାଇଁ ଆଗେଇ ଆସିଥିଲେ ଓ ବ୍ରହ୍ମପୁର ବଡ ମେଡିକାଲକୁ ଦାନ କରିଥିଲେ। ଡି.ମୋହନ ରାଓ, ଭାଲଚନ୍ଦ୍ର ଷଡଙ୍ଗୀ, ମହର୍ଷି ସିଂ, ଜମ୍ମୁଲା ସୁରେଶ, ପ୍ରତାପ ଚନ୍ଦ୍ର ପ୍ରଧାନ, ରାଜବାଳା ତ୍ରିପାଠୀ , ସୁଶାନ୍ତ ପ୍ରଧାନ , କୋଣାପାଲା ରାଜୁ,ସନ୍ତୋଷ କୁମାର ମିଶ୍ର, ସୁନେଜ କୁ. ପାଣିଗ୍ରାହୀ, ଗାୟତ୍ରୀ ପାଣିଗ୍ରାହୀ ଓ ବାଳକୃଷ୍ଣଙ୍କ ଝିଅ ଶ୍ରୁତି ବକ୍ତବ୍ୟରଖିଥିଲେ।
ପରିଶେଷରେ ଡି.ମୋହନ ରାଓ ଧନ୍ୟବାଦ ଦେଇଥିଲେ ।