ହେଲଦି ଲାଇଫ ପକ୍ଷରୁ ବିଶ୍ୱକଲ୍ୟାଣ ବେଦଯଜ୍ଞ

ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ସହରର ଅନ୍ୟତମ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ନେଚର କିଓର ଏଣ୍ଡ ଯୌଗିକ ସାଇନ୍ସ ‘ହେଲଦି ଲାଇଫ’ ପକ୍ଷରୁ ଶ୍ରାବଣୀ ଉପାକ୍ରମ ଅବସରରେ ବିଶ୍ୱ କଲ୍ୟାଣ ବେଦଯଜ୍ଞ ଶନିବାର ଅନୁଷ୍ଠିତ ହୋଇଯାଇଛି । ପିଞ୍ଛାବଣିଆ ଗୁରୁକୁଳ ଆଶ୍ରମର ସହଯୋଗରେ ଆୟୋଜିତ ଏହି ବେଦଯଜ୍ଞ କର୍ମକାଣ୍ଡରେ ରସାଳପୁର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଦୟାନିଧି ମହାପାତ୍ର ଓ ତାଙ୍କ ସହଧର୍ମିଣୀ ତନୁଶ୍ରୀ ମହାପାତ୍ର ମୁଖ୍ୟ ସଂକଳ୍ପୀ ଭାବେ ଉପବିଷ୍ଟ ଥିଲେ । ଗୁରୁକୁଳ ଆଶ୍ରମର ମୁଖ୍ୟ ଆଚାର୍ଯ୍ୟ ବିଜୟ ଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବେଦଯଜ୍ଞ ଅନୁଷ୍ଠିତ ହୋଇଥିଲା । ହେଲଦି ଲାଇଫର ମୁଖ୍ୟ ଡାକ୍ତର ଚିତ୍ତରଞ୍ଜନ ସାହୁ ଓ ନିର୍ଦ୍ଦେଶିକା ଦେବୀ ଅର୍ଚ୍ଚନା ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଶ୍ରାବଣ ପୂର୍ଣ୍ଣିମାଠାରୁ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ବେଦ ସମ୍ଭାଗ ସପ୍ତାହ ଭାବେ ପାଳିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ହେଲଦି ଲାଇଫ ପକ୍ଷରୁ ବେଦ ପ୍ରଚାର ଅଭିଯାନ ସାଙ୍ଗକୁ ବିଶ୍ୱକଲ୍ୟାଣ ବେଦଯଜ୍ଞ ଅନୁଷ୍ଠିତ ହୋଇଥିବା ସେମାନେ କହିଥିଲେ । ବିଶେଷ କରି କରୋନା କାଳରେ ବାୟୁମଣ୍ଡଳକୁ ବିଶୁଦ୍ଧିକରଣ ପାଇଁ ଶ୍ରାବଣ ମାସରେ ଏହଭଳି ଯଜ୍ଞର ଗୁରୁତ୍ୱ ଥାଏ ବୋଲି ଦେବୀ ଅର୍ଚ୍ଚନା କହିଥିଲେ । ଲେଦି ଲାଇଫର ବହୁ ଯୋଗ ପ୍ରଶିକ୍ଷାର୍ଥୀ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ