ହେଲପିଙ୍ଗ ସୋସାଇଟି ପକ୍ଷରୁ କୃଷକଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା) :-ସାଧାରଣତନ୍ତ୍ର ଦିବସ ଅବସରରେ ହେଲପିଙ୍ଗ୍ ସୋସାଇଟି ପକ୍ଷରୁ ପରିଖି ପଞ୍ଚାୟତରେ ୨୦ ରୁ ଉର୍ଦ୍ଧ୍ୱ କୃଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଦୁନିଆରେ ସମ୍ମାନର ସହ ବଞ୍ଚିବା ପାଇଁ ଚାଷୀଙ୍କ ମନୋବଳ ବୃଦ୍ଧି ଉଦ୍ଦେଶ୍ୟରେ ଏଭଳି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସଙ୍ଗଠନର କର୍ମକର୍ତ୍ତାମାନେ କହିଛନ୍ତି । “ଚାଷୀ ହସିଲେ ଦୁନିଆ ହସିବ’ ବୋଲି ସଂଗଠନର ସଭାପତି ହ୍ରିତିକ୍ ନାୟକ ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଜାଦ୍ ହିନ୍ଦ୍ କ୍ଳବର କମ୍ରୁଲ ଅଲି ଖାଁ , ଅବଦୁଲ ମଜିଦ, ହରିଶ ମାଇତି ଉପସ୍ଥିତ ରହି ସଂଗଠନର ଏଭଳି ପଦକ୍ଷେପ କୁ ଭୂୟସୀ ପ୍ରଶଂସା କରିଥିଲେ । ଉପ-ସଭାପତି ସେଖ ନାଜିମ , ଜୀବନ ସଂଗ୍ରାମ ମିଶ୍ର, ରଜତ ଘଡ଼େଇ, ଅରୁପ ସାହୁ, ଜ୍ୟୋତି ପ୍ରକାଶ ରାଉତ, ପ୍ରିନ୍ସ ଆରୟାନ୍, କିରଣ ଜ୍ୟୋତି ମଣ୍ଡଳ , ସ୍ମୃତି ଶ୍ରୀକର, ସୁମିତ କର, ସୁଧାଂଶୁ ଶେଖର ବାରିକ, ଆଶିଷ ଆଶ୍, ସଂଦୀପ ଦାସ, ଦିବ୍ୟରଞ୍ଜନ ଦାଶ, ଶେଖ୍ ରୈାସନ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।