ହେ ଚକାନୟନ


ଚକାନୟନ
ଭଜି ଭଜି ଯାଉ ଏ ଜୀବନ
ବାରେ ନ ଦେଲୁ ଦରଶନ ।। ଘୋଷା।।

ତୋ ସେବାକୁ ଯୋଗ୍ଯ ନୋହି
ଏଡେ ଅଭାଗା ଅଟଇ
ପଚାରିଲେ ନ କହୁଛୁ
ମିଠା ବଚନ ।

ଚନ୍ଦନ କର୍ପୂର ଗୋଳି
ତୁଳସୀ ଦୟାଣା ତୋଳି,
କୋଉ ଜନ୍ମେ ଦେବି କୁହ
ନନ୍ଦ ନନ୍ଦନ ।।

ଗୋପୀଙ୍କ ସ୍ନାନ ଦେଖିଲୁ
ତୋ ସ୍ନାନ ଆମେ ଦେଖିଲୁ
କେଡେ ହଟହଟା ହେଲୁ
କାଳିଆ ଧନ ।

ସ୍ନାନ ସାରି ହାତୀ ବେଶ
ଅଣସର ଘରେ ବାସ
ଜ୍ଜରେ ରହି ଉପବାସ
କାଟୁଛ ଦିନ ।

ତୋ ଅବଢା ମିଳୁ ନାହିଁ
ନିର୍ମାଲ୍ଯ ଦେବୁ ପଠାଇ,
ଜୀବ ଯିବାବେଳେ ତୁଣ୍ଡେ
ଦେବ ମୋ ଧନ ।।

ଦେବେ ଋଷି ମୁନୀଗଣ
ତୋ ପଦ୍ମପାଦେ ଶରଣ
ସେ ପାଦେ ମୋ ପିଣ୍ଡ ପ୍ରାଣ
ଦେବୁରେ ସ୍ଥାନ ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ