ହୋଣ୍ଡା ଆଫ୍ରିକା ଟ୍ୱିନ୍ର ବୁକିଂ ଆରମ୍ଭ

ନୂଆଦିଲ୍ଲୀ, (ଏଜେନ୍ସି): ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ୨୦୧୯ ଆଫ୍ରିକା ଟ୍ୱିନର ବୁକିଙ୍ଗ ଆରମ୍ଭ ହୋଇଛି । ଆଫ୍ରିକା ଟ୍ୱିନ୍ ଗ୍ଲିଣ୍ଟ ୱେଭ୍ ବ୍ଲ୍ୟୁ ମେଟାଲିକ୍ ରଙ୍ଗ ସହିତ ଗୋଲ୍ଡେନ୍ ହାଣ୍ଡେ୍ଲ ବାର୍ ଏବଂ ହ୍ୱିଲ୍ ରିମ୍ ସହିତ ଉପଲବ୍ଧ । କେବଳ ପ୍ରଥମ ୫୦ଜଣ ଗ୍ରାହକଙ୍କ ପାଇଁ ବୁକିଂ ଆହ୍ୱାନ କରାଯାଇଛି । ଏହି ରୋମାଞ୍ଚ ବାଇକ୍ ବିଷୟରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ର ବିକ୍ରି ଓ ମାର୍କେଟିଂର ବରିଷ୍ଠ ଉପସଭାପତି ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ ୨୦୧୭ରେ ଉନ୍ମୋଚିତ ହୋଇଥିବା ଆଫ୍ରିକା ଟ୍ୱିନ୍ ସର୍ବଦା ଚାହିଦାରେ ରହିଛି । ୨୦୧୯ ଆଫ୍ରିକା ଟ୍ୱିନ୍ର ଏକ୍ସ ସୋ’ରୁମ୍ ମୂଲ୍ୟ ୧୩.୫ ଲକ୍ଷ ଟଙ୍କା ରହିଛି । ଗ୍ରାହକମାନେ ଚାହିଁଲେ ହୋଣ୍ଡାର ସ୍ୱତନ୍ତ୍ର ବିକ୍ରି ଏବଂ ସେବା ଆଉଟ୍ଲେଟ୍ ୱିଙ୍ଗ ୱାର୍ଲ୍ଡ୍ରେ ଏହାର ବୁକିଂ କରିପାରିବେ । ଏହି ଆଉଟଲେଟ୍ ଦେଶର ୨୨ଟି ସହରରେ ରହିଛି । ଆଫ୍ରିକା ଟ୍ୱିନ୍ରେ ଦ୍ୱିତୀୟ ପିଢ଼ିର ଡୁଆଲ୍ କ୍ଲଚ୍ ଟ୍ରାନ୍ସମିସନ୍ ବ୍ୟବସ୍ଥା ରହିଛି । ଏଥିରେ ଡି ମୋଡ୍ ଏବଂ ଏସ୍ ମୋଡ୍ ରହିଛି । ଏଥିରେ ଥିବା ଇନକ୍ଲାଇନ୍ ଡିଟେକ୍ସନ ପ୍ରଯୁକ୍ତି ଗାଡ଼ିକୁ ଯେକୌଣସି ପ୍ରକାର ଖରାପ ରାସ୍ତାରେ ସ୍ଥିର ରଖିପାରିବ । ଏଥିରେ ୯୯୯.୧୧ ସିସିର ଶକ୍ତିଶାଳୀ ଇଞ୍ଜିନ ରହିଛି । ଏଥିରେ ହୋଣ୍ଡା ସିଲେକ୍ଟେବଲ ଟର୍କ କଣ୍ଟ୍ରୋଲ୍ ବ୍ୟବସ୍ଥା ରହିଛି, ଯେଉଁଥିରେ ବିଭିନ୍ନ ପ୍ରକାର ପରିସ୍ଥିତି ପାଇଁ ସାତ ପ୍ରକାରର ସେଟିଂ ରହିଛି । ଏଥିରେ ଆଣ୍ଟି-ଲକ୍ ବ୍ରେକିଂ ବ୍ୟବସ୍ଥା ମଧ୍ୟ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ