ହୋଣ୍ଡା ୨ ହ୍ୱିଲର୍ସ-ଆଇଡିଏଫ୍ସି ଫାଷ୍ଟ୍ ବ୍ୟାଙ୍କ ଏମ୍ଓୟୁ
ନୂଆଦିଲ୍ଲୀ, (ଏଜେନ୍ସି): ଗ୍ରାହକମାନଙ୍କୁ ଅଧିକ ଫାଇନାନ୍ସ ବିକଳ୍ପ ପ୍ରଦାନ ପାଇଁ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଆଇଡିଏଫ୍ସି ଫାଷ୍ଟ୍ ବ୍ୟାଙ୍କ ସହ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରାଯାଇଛି । ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ବରିଷ୍ଠ ଉପସଭାପତି-ବିକ୍ରି ଓ ମାର୍କେଟିଂର ୟଦବିନ୍ଦର ସିଂହ ଗୁଲେରିଆ ଓ ଆଇଡିଏଫ୍ସି ଫାଷ୍ଟ୍ ବ୍ୟାଙ୍କର ମୁଖ୍ୟ ରିଟେଲ୍-ଆସେଟସ୍ ପ୍ରଦୀପ ନଟରାଜନ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା ବେଳେ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସେଥିପାଇଁ ଅଧିକରୁ ଅଧିକ ଗ୍ରାହକ ନିଜ ପସନ୍ଦର ଦୁଇଚକିଆ ଗାଡ଼ି କିଣିବା ବେଳେ ଫାଇନାନ୍ସ ବିକଳ୍ପ ଚୟନ କରୁଛନ୍ତି । ଗ୍ରାହକମାନଙ୍କୁ ସୁବିଧାଜନକ ଓ ସୁଲଭ କିଣାକିଣି ବିକଳ୍ପ ପ୍ରଦାନ କରିବା ଦରକାର । ଆଗାମୀ ଦିନରେ ଫାଇନାନ୍ସ ପ୍ରତି ଅଧିକ ଗ୍ରାହକ ଆଗ୍ରହୀ ହେବେ ଏବଂ ଆଇଡିଏଫ୍ସି ଫାଷ୍ଟ୍ ବ୍ୟାଙ୍କ ସହିତ କମ୍ପାନୀର ନୂଆ ଫାଇନାନ୍ସ ସହଯୋଗୀ ଭାବେ ସହଯୋଗିତା ଗ୍ରାହକଙ୍କୁ ଲାଭ ପ୍ରଦାନ କରିବ ବୋଲି କମ୍ପାନୀ ପକ୍ଷରୁ ଉଲ୍ଲେଖ କରାଯାଇଛି । ତେବେ ଏହି ବୁଝାମଣାକୁ ଲାଗୁ ହୋଇସାରିଛି । ଏଥିରେ ହୋଣ୍ଡା ଗ୍ରାହକଙ୍କୁ ଆକର୍ଷଣୀୟ ସୁଧ ହାର, ୯୯୯ ଟଙ୍କାର ସର୍ବନିମ୍ନ ଡାଉନ୍ପେମେଣ୍ଟ, ଦୁଇ ଚକିଆ ମୂଲ୍ୟର ୧୦୦% ପର୍ଯ୍ୟନ୍ତ ଋଣ, ଶୂନ ପ୍ରୋସେସିଂ ଫି, ୪୮ ମାସ ପର୍ଯ୍ୟନ୍ତ ବର୍ଦ୍ଧିତ ରିପେମେଣ୍ଟ ଅବଧି ଏବଂ ନିମ୍ନ ଇଏମ୍ଆଇ ସ୍କିମ୍ ପ୍ରଦାନ କରାଯାଉଛି । ଏହା ଦ୍ୱାରା ଗ୍ରାହକଙ୍କ ହାରାହାରି ଋଣରେ ଅତିରିକ୍ତ ୫୦୦୦ ଟଙ୍କା ସଞ୍ଚୟ ହୋଇପାରିବ ।