ହୋମ୍ କ୍ୱାରାଣ୍ଟାଇନ୍‌ରେ ରହିପାରିବେ ଗର୍ଭବତୀ, ଶିଶୁ ଓ ବୃଦ୍ଧ ବୃଦ୍ଧା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଲୋକମାନଙ୍କ ମଧ୍ୟରୁ ଗର୍ଭବତୀ, ପ୍ରସୂତି, ୬୦ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗ ଓ ୫ ବର୍ଷରୁ କମ୍ ଶିଶୁ ଯେଉଁମାନଙ୍କର ସ୍ବାବ ନମୂନା ନେଗେଟିଭ ଆସିବ ସେମାନେ ହୋମ୍ କ୍ୱାରାଣ୍ଟାଇନ୍‌ରେ ରହିପାରିବେ। ଏନେଇ ଜିଲା ମୁଖ୍ୟ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ରାଜ୍ୟଶ୍ରୀ ପଟ୍ଟନାୟକ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ସେହି ବ୍ୟକ୍ତିମାନେ ନିଜ ଇଚ୍ଛାରେ ଏକ ଅଣ୍ଡରଟେକିଙ୍ଗ ଦେଇ ହୋମ୍ କ୍ୱାରେନଟାଇନରେ ରହିବେ। ତେବେ ହୋମ କ୍ୱାରେନଟାଇନରେ ରହିବା ସମୟରେ କୋଭିଡ଼-୧୯ର ସମସ୍ତ ଗାଇଡ଼୍ ଲାଇନକୁ ମାନି ଚଳିବାକୁ ପଡ଼ିବ। ଯଦି ଏହି ସମୟରେ କରୋନା ସଂକ୍ରମଣର କିଛି ଲକ୍ଷଣ ଦେଖାଯାଏ, ତାହାଲେ ସେମାନେ ତୁରନ୍ତ ସ୍ବାସ୍ଥ୍ୟ ବିଭାଗକୁ ଖବର ଦେବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ