ହୋଲିରେ କରନ୍ତୁ ଏସବୁ, ଦୂର ହେବ ଅଭାବ
ରଙ୍ଗର ପର୍ବ ହୋଲି । ଚଳିତ ବର୍ଷ ମାର୍ଚ୍ଚ ୨୧ରେ ହୋଲି ପର୍ବ ପାଳନ କରାଯିବ । ହୋଲି ୮ ଦିନ ପୂର୍ବରୁ ହୋଲୋଷ୍ଟକ ଲାଗିଥାଏ । ଚଳିତ ଥର ଏହା ୧୪ ମାର୍ଚ୍ଚରୁ ଆରମ୍ଭ ହୋଇ ୨୧ ମାର୍ଚ୍ଚରେ ଶେଷ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲି ଦିନ କିଛି ଏଭଳି କାମ କଲେ ବ୍ୟକ୍ତିଙ୍କୁ ବଡ଼ରୁ ବଡ ସମସ୍ୟା ଦୂର ହୋଇଥିବା ବେଳେ ସମସ୍ତ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ । ଏଥର ହୋଲିରେ ଆପଣାନ୍ତୁ କିଛି ଖାସ୍ ଟିପ୍ସ, ଆଉ ଘରେ ରହିବନି ପଇସାର ଅଭାବ ।
ପଇସାର ଅଭାବ ପାଇଁ ଆପଣାନ୍ତୁ ଏହି ଟିପ୍ସ ହୋଲି ଦିନ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରନ୍ତୁ । ବିଷ୍ଣୁ ମନ୍ଦିରକୁ ଯାଇ ମା’ ଲକ୍ଷ୍ମୀଙ୍କ ସହସ୍ରନାମ ଜପ କରୁନ୍ତୁ । ଜପ କରିବା ପରେ କୌଣସି ଗରିବ ବ୍ୟକ୍ତିଙ୍କୁ କିଛି ଦାନ କରିବା ସହ ଗାଈ, କୁକୁର ବା କୌଣସି ପଶୁପକ୍ଷୀଙ୍କୁ ଭୋଜନ କରାନ୍ତୁ । ଏଭଳି କଲେ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇ ଆର୍ଥିକ ସଙ୍କଟ ଦୂର କରିବେ ।
ମନସ୍କାମନା ପୂରଣ ପାଇଁ ଆପଣାନ୍ତୁ ଏହି ଟିପ୍ସ । ହୋଲି ଦିନ ମହାଦେବ ଶିବଙ୍କ ଉପାସନା କଲେ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେହିପରି ଏହି ଦିନ ହନୁମାନଙ୍କୁ ୫ଟି ନାଲି ରଙ୍ଗର ପୁଷ୍ପ ଚଢ଼ାଇଲେ ସମସ୍ତଙ୍କ ଇଛା ଓ ମନସ୍କାମନା ପୂରଣ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଲେଖାଯାଇଛି ।
ବ୍ୟବସାୟରେ ଲାଭ ହେବା ପାଇଁ ହୋଲି ଦିନ ଅବିିର ପ୍ୟାକେଟକୁ ଖାଲି ସେଥିରେ ଗୋଟିଏ ମୋତି ଶଙ୍ଖ ଓ ରୁପା କଏନ ରଖି ନାଲି ରଙ୍ଗର ସାଲୁ କନାରେ ବାନ୍ଧି ଆଲମାରି ଓ ସିନ୍ଦୁକରେ ରଖି ଦିଅନ୍ତୁ । ଦେଖିବେ ରାତାରାତି ବ୍ୟବସାୟରେ ଉନ୍ନତି ହେବ ।
ହୋଲି ଦିନ ଏକ ହଳଦିଆ ବସ୍ତ୍ରରେ କଳା ହଳଦି ସହିତ ରୁପା ଟଙ୍କା ରଖି ଆଲମାରି ବା ସିନ୍ଦୁକରେ ଏହାକୁ ରଖିଦିଅନ୍ତୁ । ଦେଖିବେ ବର୍ଷସାରା ଆପଣଙ୍କ ଉପରେ ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା ।