ହ୍ରାସରେ ବନ୍ଦ ସେନ୍ସେକ୍ସ

ମୁମ୍ବାଇ, (ଏଜେନ୍ସି): ବୁଧବାର ଶେୟାର ବଜାର କାରବାର ହ୍ରାସ୍ରେ ବନ୍ଦ ହୋଇଛି । ବିଏସ୍ଇର ୩୧ଟି ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ସେନ୍ସେକ୍ସ ୧୦୦.୫୩ ପଏଣ୍ଟ ତଥା ୦.୨୬% ହ୍ରାସ୍ ସହିତ ୩୮,୧୩୨.୮୮ ପଏଣ୍ଟରେ ଓ ଏନ୍ଏସ୍ଇର ୫୦ଟି ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ନିଫ୍ଟି ୩୮.୨୦ପଏଣ୍ଟ ତଥା ୦.୩୩% ହ୍ରାସ୍ରେ ୧୧,୪୪୫.୦୫ ପଏଣ୍ଟରେ ବନ୍ଦ ହୋଇଛି । ଆଜିର ପୁରା ଦିନର କାରବାରରେ ସେନ୍ସେକ୍ସରେ ୩୮,୪୭୫.୯୩ ପଏଣ୍ଟର ଉପର ସ୍ତରକୁ ଯାଇଥିବା ବେଳେ ୩୮,୦୦୧.୩୪ପଏଣ୍ଟର ନିମ୍ନତମ ସ୍ତରକୁ ଛୁଇଁଛି । ଅନ୍ୟପକ୍ଷରେ ନିଫ୍ଟି ୧୧,୫୪୬.୨୦ପଏଣ୍ଟର ଉପର ସ୍ତରକୁ ଯାଇଥିବା ବେଳେ ୧୧,୪୧୩.୦୦ପଏଣ୍ଟର ନିମ୍ନତମ ସ୍ତରକୁ ଛୁଇଁଛି । ବିଏସ୍ଇର ୧୦କମ୍ପାନୀର ଶେୟାର ବୃଦ୍ଧିରେ ବନ୍ଦ ହୋଇଥିବା ବେଳେ ୨୧କମ୍ପାନୀର ଶେୟାର ନିମ୍ନମୁଖି ହୋଇ ବନ୍ଦ ହୋଇଛି । ଏନ୍ଏସ୍ଇର ୧୬କମ୍ପାନୀର ଶେୟାର ସୁବଜ ସଙ୍କେତରେ ବନ୍ଦ ହୋଇଥିବା ବେଳେ ୩୪କମ୍ପାନୀଗୁଡ଼ିକ ନିମ୍ନମୁଖି ହୋଇ ବନ୍ଦ ହୋଇଛି । ତେବେ ଆଜି ଉଭୟ ମିଡ଼୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ ଶେୟାର କାରବାରରେ ଦେଖିବାକୁ ମିଳିଛି । ବିଏସ୍ଇର ଏସ୍ ବ୍ୟାଙ୍କ୍ ୫.୬୨%, ଇଣ୍ଡସ୍ଇଣ୍ଡ ବ୍ୟାଙ୍କ୍ ୫.୨୭%, ଏସ୍ବିଆଇରେ ୧.୫୭%, ବଜାଜ ଅଟୋରେ ୧.୧୮%, ବେଦାନ୍ତ ଲିମିଟେଡ଼୍ରେ ୧.୧୨% ବୃଦ୍ଧି ହୋଇଛି । ଅନ୍ୟପକ୍ଷରେ ଏନ୍ଏସ୍ଇରେ ଏସ୍ ବ୍ୟାଙ୍କ୍ର ଶେୟାରରେ ୫.୮୭%, ଇଣ୍ଡିଭିଜୁଆଲ୍ ହାଉସିଂ ଫାଇନାନ୍ସରେ ୨.୭୮%, ଜେଏସ୍ଡ଼ବ୍ଲ୍ୟୁ ଷ୍ଟିଲ୍ରେ ୧.୭୧% ଓ ଏସ୍ବିଆଇ ଶେୟାରରେ ୧.୪୮% ବୃଦ୍ଧି ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ