ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ମାନବାଧିକାର କର୍ମୀ ସମାରୋହ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶ୍ୱ ମାନବାଧିକାର ଦିବସ ଉପଲକ୍ଷେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ଦ୍ୱାରା ଆୟୋଜିତ ଓଡ଼ିଶା ବାନବାଧିକାର କର୍ମୀ ସମ୍ମେଳନ ଓ ସାଧାରଣ ସଭା ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ତଥା ଜାତୀୟ ମାନାବଧିକାର କମିଶନ କୋର୍ ଗ୍ରୁପ୍ ସଦସ୍ୟ ମନୋଜ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଜଳସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଜାତୀୟ ପ୍ରେସ୍ କାଉନସଲ ସଦସ୍ୟ ପ୍ରସନ୍ନ ମହାନ୍ତି, ପୂର୍ବତନ ରାଜ୍ୟ ମାନବାଧିକାର କମିଶନ ସଦସ୍ୟ ଅସୀମ ଅମିତାଭ ଦାସ, ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ରାଜୀବ ପଟ୍ଟନାୟକ, ମନୀଷା ଦାସପଟ୍ଟନାୟକ, କଳ୍ପତରୁ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।ସାରା ରାଜ୍ୟରୁ ବିଭିନ୍ନ ଜିଲ୍ଲାରୁ ପ୍ରାୟ ପାଞ୍ଚଶହ ମାନବାଧିକାର କର୍ମୀ ଯୋଗ ଦେଇଥିଲେ । ଭାରତର ସମ୍ବିଧାନର ସମସ୍ତ ଧାରା ପରେ ମଧ୍ୟ ଦେଶରେ ରହୁଥିବା ସମସ୍ତ ବ୍ୟକ୍ତି ସମ୍ମାନର ସହ ବଞ୍ôଚବା ତାର ମାନବିକ ଅଧିକାର ବୋଲି ନିମନ୍ତ୍ରିତ ମାନ୍ୟଗଣ୍ୟ ଅତିଥି ବକ୍ତବ୍ୟ ପ୍ରଦାନ କରିବା ସହ କୌଣସି ବ୍ୟକ୍ତିର ମାନବାଧିକାର କ୍ଷୁର୍ଣ୍ଣ ନହେବା ପାଇଁ ସମସ୍ତେ ନିଜ ନିଜସ୍ତରରେ ଚେଷ୍ଟା କରିବାକୁ ନିବେଦନ କରିଥିଲେ । ଏପରିକି ନିଶ୍ୱାସ ପ୍ରଶ୍ୱାସ ପାଇଁ ବିଶୁଦ୍ଧ ଅମ୍ଲଜାନ ପାଇବା ମଧ୍ୟ ପ୍ରତ୍ୟେକ ବ୍ୟକ୍ତିର ମାନବିକ ଅଧିକାର । ମାନବାଧିକାର ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ବିଭିନ୍ନ ଜିଲ୍ଲାରୁ ଆସିଥିବା ମାନବାଧିକାର କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


