‘ସବୁଜ ଭାରତ’ର ଦଶମ ସ୍ୱନକ୍ଷତ୍ର ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଜୟଦେବ ଭବନଠାରେ ସାମାଜିକ ଅନୁଷ୍ଠାନ ‘ସବୁଜ ଭାରତ’ ପକ୍ଷରୁ ଦଶମ ସ୍ୱନକ୍ଷତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ମୁଖ୍ୟବକ୍ତା ଭାବେ କବି, ବିଜେଡି ସାଂସ୍କୃତିକ ମୁଖ୍ୟ ପ୍ରବୀର ମହାନ୍ତି, ସମ୍ପାଦକ ଦୁର୍ଗା ସାମନ୍ତରାୟ ଯୋଗଦେଇ ପରିବେଶ ସୁରକ୍ଷା ସହ ଅସହାୟ, ଦୁଃସ୍ଥଙ୍କ ସେବା କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାମଲ ମା, ମାଟି, ମାତୃଭାଷା ପାଇଁ ଆଗେଇ ଆସିବା ସହ ନିଜନିଜ ସ୍ତରରେ ରାଷ୍ଟ୍ରର ଉନ୍ନତି ପାଇଁ ବଦ୍ଧ ପରିକର ହେବାକୁ ଆହ୍ୱାନ ଦେଇଥିଲେ । ଏହା ସହିତ ସାରସ୍ୱତ ପ୍ରତିଭଧାରୀ ସାମ୍ବାଦିକ, ମୁଖପାତ୍ର ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅରବିନ୍ଦ ତ୍ରିପାଠୀ, ଦିଲ୍ଲୀପ ବିଶ୍ୱାଳ, ସମାଜସେବୀ ନିରୋଜା ମହାଲକ୍ଷ୍ମୀ, ଚିତ୍ତରଞ୍ଜନ ଦାସଙ୍କୁ ଅତିଥିମାନେ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର ସଭାପତି ସତ୍ୟବ୍ରତ ଜେନା ପୌରହିତ୍ୟ କରିଥିବା ବେଳେ ସଂଯୋଜନା କରିଥିଲେ ପ୍ରତ୍ତେୟ ପ୍ରଶାନ୍ତ, ଧନ୍ୟବାଦ ଅର୍ପଣ କରିଥିଲେ ଗଜେନ୍ଦ୍ର ପରିଡ଼ା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମନୋରଞ୍ଜନ, ସୂର୍ଯ୍ୟକାନ୍ତ, ନୀଳକଣ୍ଠ ପ୍ରମୁଖ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ