ଡ଼ା. ଦାମୋଦର ରାଉତଙ୍କ ୭୯ ତମ ଜନ୍ମୋତ୍ସବ ପାଳିତ

ପାରାଦୀପ,(ପିତବାସ ପ୍ରଧାନ): ପାରାଦୀପର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ା. ଦାମୋଦର ରାଉତଙ୍କ ୭୯ତମ ଜନ୍ମ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଜୁ ମେମୋରିଆଲ୍ ଟ୍ରଷ୍ଟ ପରିସରରେ ଏକ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା । ପୂର୍ବତନ ପୌରାଧ୍ୟକ୍ଷ ତଥା ପାରାଦୀପ ବିଜେଡ଼ି ସଭାପତି ବସନ୍ତ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଯୋଗଦେଇ ଡ଼ା. ରାଉତ ପାରାଦୀପାବାସୀ ତଥା ଆୟୋଜକ ପାରାଦୀପ ବିଜେଡ଼ି ନେତା/କର୍ମୀଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୁମରବର ନାୟକ, କିଶୋର କୁମାର ପରିଡ଼ା, ପ୍ରଭାତୀ ନାୟକ, ଚପଳା ସ୍ୱାଇଁ, ସବିତା ମହାପାତ୍ର, ଉଲାସ ବିଶ୍ୱାଳ, ଜ୍ୟୋତିକାନ୍ତ ପରିଡ଼ା, ଚିତରଞ୍ଜନ ରାଉତରାୟ, ରଶ୍ମୀରଞ୍ଜନ ପରିଡ଼ା, ଶୁଶିଲ ମହାପାତ୍ର, ମଣ୍ଟୁ ସାହୁ, ରାକେଶ ପଟ୍ଟନାୟକ, ରାଜେଶ ଭୁୟାଁ, ଆଲୋକ ମହାପାତ୍ର, ଆଶିଷ ମହାପାତ୍ର, ଜଗନ୍ନାଥ ରାଓ ଓ ଅଟଳ ପରିଡ଼ା ପ୍ରମୁଖ ଯୋଗଦେଇ ଡ଼ା. ରାଉତଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ