ଡ଼ିଏମ୍‌ଏଫ ପାଣ୍ଠିର ବ୍ୟବହାରକୁ ବ୍ୟାପକ କରିବା ପାଇଁ ଅର୍ଥମନ୍ତ୍ରୀଙ୍କ ନୀତିନିୟମକୁ ପ୍ରହାର ପକ୍ଷରୁ ସମର୍ଥନ

# କୋଭିଡ଼ -୧୯ ବିପର୍ଯ୍ୟୟ ପରିପ୍ରେକ୍ଷିରେ ପ୍ରହାର ଦ୍ୱାରା ଉପସ୍ଥାପିତ “ଜାତୀୟ ଜୀବନଜୀବିକା ଉଜ୍ଜିବନ ସ୍ୱକର୍ମନିଯୁକ୍ତି ଆନ୍ଦୋଳନ” ।
# ଡ଼ିଏମ୍‌ଏଫ ପାଣ୍ଠି ଦ୍ୱାରା ଅବ୍ୟବହୁତ ୨୩୫୧୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଯାହାକି ଆଜିର ଏହି ଜାତୀୟ ବିପତ୍ତିକାଳରେ ଖଣିଜ ସମ୍ପଦ ଭରା ରାଜ୍ୟମାନଙ୍କର ଜନସାଧାରଣଙ୍କ ପାଇଁ ଏକ ଆଶ୍ୱାସନା ସଦୃଶ୍ୟ ହୋଇପାରିବ ।
# ଆଜିର ତାରିଖ ପର୍ଯ୍ୟନ୍ତ ଏହି ଡ଼ିଏମ୍‌ଏଫ ପାଣ୍ଠି ଯେଉଁସବୁ ପ୍ରମୁଖ ରାଜ୍ୟମାନଙ୍କ ଠାରୁ ଆଦାୟ ହୋଇପାରିଛି ସେହି ଭାଗିଦାରୀ ରାଜ୍ୟମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶା ୯୫୧୦ କୋଟି / କର୍ଣ୍ଣାଟକ ୧୮୪୨ କୋଟି / ଗୋଆ ୧୮୮କୋଟି/ ଆସାମ ୮୦ କୋଟି / ମେଘାଳୟ ୪୮ କୋଟି ଏବଂ ପଶ୍ଚିମବଙ୍ଗ ୪୩ କୋଟି ।
# ଅଣଦାୟିତ୍ୱ ସମ୍ପର୍ଣ୍ଣ ବିପକ୍ଷ ଏହାର ନ୍ୟସ୍ତ ସ୍ୱାର୍ଥ ପାଇଁ ଏହାର ଅନୁସନ୍ଧାନକୁ ଗୁରୁତ୍ୱ ଦେଉଛନ୍ତି ।
# ପାଣ୍ଠିର ବିନିଯୋଗ ତଥା କେତେକ ପ୍ରମୁଖ ଅଞ୍ଚଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ସୁବିନିଯୋଗ ପାଇଁ ଆଇନଗତ ଦିଗ ନିଜକୁ ଏଥିରୁ ଦୂରେଇ ରଖିଛି ଏବଂ ରାଜ୍ୟକୁ ପାଣ୍ଠିର ବିନିଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି ।
ନୂଆଦିଲ୍ଲୀ :  ପ୍ରହାର (ପବ୍ଲିକ ରେସ୍‌ପନ୍ସ ଏଗେନଷ୍ଟ ହେଲ୍‌ପଲେସ୍‌ନେସ୍ ଆଣ୍ଡ ଆକ୍‌ସନ ଫର ରିଡ୍ରେସାଲ) ଯାହାକି ଏକ ଦିଲ୍ଲୀ ଅଧୀନସ୍ଥ ଅଣସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ନିରାଶ୍ରୟମାନଙ୍କ ଅସୁବିଧା ଗୁଡ଼ିକୁ ସୁଧାରିବା ଉଦ୍ଦେଶ୍ୟ ନେଇ ଆଜି ସରକାରଙ୍କ ପାଖରେ ଅବ୍ୟବହୁତ ଡ଼ିଏମ୍‌ଏଫ (ଜିଲ୍ଲା ଖଣିଜ ସମ୍ପଦ ଫାଉଣ୍ଡେସନ) ପାଣ୍ଠିର ସହଯୋଗ କରି କୋଭିଡ଼୍ ଭଳି ଏକ ମାରାତ୍ମକ ବିଭିଷିକାରୁ ଜୀବନଜୀବିକା ପାଇଁ ସଂଗ୍ରାମ କରୁଥିବା ସମସ୍ତ ରାଜ୍ୟ ତଥା ଏହାର ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରେ ସୁବିନିଯୋଗ ପାଇଁ ଅନୁରୋଧ କରିଛି । ଅଣସରକାରୀ ସଂଗଠନ ଦ୍ୱାରା କୋଭିଡ଼୍ ମୁକାବିଲା ପାଇଁ ଏହା ଜାତୀୟ ଜୀବନ ଜୀବିକା ଉଜ୍ଜିବନ ସ୍ୱ-କର୍ମନିଯୁକ୍ତି ଆନ୍ଦୋଳନରେ ଏକ ଅଂଶ ବିଶେଷ ଯାହା ନିକଟରେ ଉନ୍ମୋଚିତ ହୋଇଅଛି । ଖଣିଜ ମନ୍ତ୍ରଣାଳୟ ୱେବସାଇଟରେ ଉପଲବ୍ଧ ତଥ୍ୟ ସୂଚନା ଆଧାରରେ ଡ଼ିଏମଏଫ୍ ପାଣ୍ଠିର ଆଦାୟ ହୋଇଥିବା ସର୍ବମୋଟ ୩୫୯୨୫/- କୋଟି ମଧ୍ୟରୁ ୨୦୨୦ ମସିହା ଜାନୁୟାରୀ ୩୧ ମଧ୍ୟରେ ୩୫% ବା ୧୨୪୧୪ କୋଟି ଟଙ୍କାର ବ୍ୟୟ ହୋଇଥିବା ବେଳେ ଏଥିରୁ ଆହୁରି ୨୩୫୧୦ କୋଟି ଟଙ୍କାର ବଳକା ଅର୍ଥ ରହିଅଛି । ବିଭିନ୍ନ ରାଜ୍ୟମାନଙ୍କରେ କିଛି ବିଶେଷ ଅଧିକ ତଥା ବର୍ଦ୍ଧିତ ସ୍ୱାସ୍ଥ୍ୟ ସେବା ସୁବିଧା ତଥା ପରୀକ୍ଷା ନିରୀକ୍ଷାର ଆବଶ୍ୟକତାକୁ ଏକ ବିଶେଷ ଉତ୍ସଭାବରେ ବ୍ୟବହାର କରିବା ଉଦ୍ଦେଶ୍ୟ ନେଇ ମାର୍ଚ୍ଚ ୨୬, ୨୦୨୦ରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସିତାରମଣ ଏହି ଡ଼ିଏମଏଫ ପାଣ୍ଠି ବିନିଯୋଗ ଉପରେ ଗୁରୁତ୍ୱାରୋପ ସହିିତ ଏହା ଘୋଷଣା କରିଥିଲେ । କୋଭିଡ଼୍ ଭଳି ଏକ ମାରାତ୍ମକ ରୋଗର ଭୟାବହତାରୁ ଜୀବନ ତଥା ଜୀବିକାକୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟ ନେଇ ଘୋଷଣା ହେବାର ତିନି ସପ୍ତାହ ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାର କିିଛି ଆଖି ଦୃଶିଆ ଏହି ପାଣ୍ଠିର ବିନିଯୋଗ ହୋଇଥିବା ବେଳେ ଅନ୍ୟ କେତେକ ଜିଲ୍ଲା ଇଚ୍ଛାମୂଳକ ଭାବେ ଏହି ପାଣ୍ଠିର ବିନିଯୋଗ କରିଛନ୍ତି । କେତେକ ଖଣିଜ ସମ୍ପଦ ଭରା ରାଜ୍ୟ ଯଥା – ଗୋଆ ଖଣି ଲିଜ୍ ବାତିଲ ଯୋଗୁଁ ଆର୍ଥିକ ଦୂରାବସ୍ଥା ନେଇ ଗତି କରୁଥିବା ବେଳେ ଏହି ପାଣ୍ଠି ଯୋଗୁଁ ରାଜ୍ୟର ଶତକଡ଼ା ୩୦ଭାଗ ଜନ ସଂଖ୍ୟା ଜୀବିକାର୍ଜନର ସୁବିଧା ପାଇଥିବା ବେଳେ ଖଣି ଉପରେ ନିର୍ଭରଶୀଳ ୩ଲକ୍ଷ ବ୍ୟକ୍ତିବିଶେଷ ଏହା ଫଳରେ ବିଶେଷ ଲାଭବାନ ହୋଇପାରିଛନ୍ତି । ଗୋଆ ଯାହାକି ଏକ ପର୍ଯ୍ୟଟନ ସ୍ଥଳୀ ରାଜ୍ୟର ମାନ୍ୟତା ପାଇଅଛି ତଥା ଖଣିଜ ସମ୍ପଦରେ ଭରି ରହିଛି ଆଜିର ଏହି କୋଭିଡ଼୍ ମହାମାରୀ ଯୋଗୁଁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ଥ ହୋଇଛି । ପର୍ଯ୍ୟଟନ ଶିଳ୍ପ ତଥା ଖଣିଜ ଶିଳ୍ପ ଯାହାକି ଆସନ୍ତା ବର୍ଷକ ମଧ୍ୟରେ ଯଦି କୌଣସି ଅଗ୍ରଗତି କରି ନପାରେ ରାଜ୍ୟ ପାଇଁ ଏହା ଏକ ବିପଦ ହୋଇ ଠିଆ ହେବ । ୨୦୧୮ ମାର୍ଚ୍ଚ ମାସରେ ଯେତେତେବେଳେ କି ଗୋଆରେ ଖଣିଗୁଡ଼ିକ କାର୍ଯ୍ୟକ୍ଷମ ଥିଲେ ଏହା ୧୮୮.୬୫ କୋଟିର ଡ଼ିଏମଏଫ ଫଣ୍ଡ ତଥା ୩୯୯ କୋଟିର ଖଣିଜ ଧାତବ ସ୍ଥାୟୀ ଫଣ୍ଡର ଆଦାୟ କରିବାରେ ସଫଳ ହୋଇଥିଲା । ଏଥିମଧ୍ୟରୁ ମାତ୍ର ୨ ପ୍ରତିଶତ ଯଥା ୪କୋଟି ଟଙ୍କାର ଡ଼ିଏମଏଫ ଫଣ୍ଡ ଜନହିତକର କାର୍ଯ୍ୟରେ ବିନିଯୋଗ ହୋଇଥିଲା । ରାଜ୍ୟ ଯେତେବେଳେ ଘୋର ଅନାଟନରେ ଗତି କରୁଥିଲା ସେତେବେଳେ ଏହି କର୍ପସ ଫଣ୍ଡ ଲକ୍ଷ୍ୟରୁ ବହୁ ପଛରେ ରହିଥିଲା । ଏକ ସମ୍ବାଦପତ୍ର ଖବର ମୁତାବକ ରାଜ୍ୟର ଏକ ଉଚ୍ଚ ସମ୍ପର୍ଣ୍ଣ ଏନ୍‌ଜିଓ ସୁପ୍ରିମକୋର୍ଟରେ ଏକ ଫାଇଲ ଉପସ୍ଥାପନ କରି ଏହି ଅର୍ଥ ବିନିଯୋଗ ଉପରେ ଅଙ୍କୁଶ ଲଗାଇବା ସହିତ ଏହି ଫଣ୍ଡର ବିନିଯୋଗକୁ ଆଇନସମ୍ମତ ନୁହେଁ କହିବା ସହିତ ଏହା ରଦ କରିବାକୁ ପ୍ରାର୍ଥନା କରିଛି । ଆଇନର ଗଳାବାଟରେ ରହି ବେଆଇନକୁ ଅଣଦେଖା ନ କରି କେତେକ ନ୍ୟସ୍ତସ୍ୱାର୍ଥ ବିଶେଷଙ୍କ ପାଇଁ ଆଇନର ତର୍ଜମା ଚାଲିଛି । ଏଭଳି ଏକ ବିଷୟ ଉପରେ ମତପ୍ରକାଶ କରି ପ୍ରହାର ଜାତୀୟ ଉପଦେଷ୍ଠା ତଥା ସଭାପତି ଶ୍ରୀ ଅଭୟରାଜ ମିଶ୍ର କହିଲେ, “ଆଜିର ଏହି ଘଡ଼ିସନ୍ଧି ମୁହୂର୍ତରେ ପ୍ରଧାନମନ୍ତ୍ରୀଙ୍କ ସେଇ ଉକ୍ତି “ଜୀବନ ତଥା ଜୀବନଜୀବିକା”ର ସୁରକ୍ଷା ପାଇଁ ସବୁଠାରୁ ମୁଖ୍ୟ ହେଲା ଜୀବନକୁ ସୁରକ୍ଷିତ କରିବା ସହିତ ସମାଜର ସବୁଠାରୁ ତଳସ୍ତରରେ ଥିବା ନାଗରିକମାନଙ୍କର ଅର୍ଥନୈତିକ ଉତର ଜୀବିକାକୁ ସୁନିଶ୍ଚିତ କରିବା ଏକାନ୍ତ ଅପରିହାର୍ଯ୍ୟ । ସବୁ ପ୍ରକାର ସମ୍ଭାବ୍ୟ ଉତ୍ସ ଗୁଡ଼ିକୁ ଉନ୍ମୁକ୍ତ ରଖିବା ଆଜିର ସମୟର ଆହ୍ୱାନ ଅଟେ । ସୁତରାଂ ଏହି ପରିସ୍ଥିତିରେ ଅବ୍ୟବହୃତ ହୋଇଥିବା ଡ଼ିଏମଏଫ ପାଣ୍ଠିକୁ ସଦୁପଯୋଗ କରି ଏହି ଆର୍ଥିକ ସଂକଟରୁ ଆଗେଇ ଯିବାକୁ ପଡ଼ିବ । ଆଗାମୀ ଭବିଷ୍ୟତ ଦେଶବାସୀଙ୍କ ପାଇଁ, ସେଇ ଦେଶ ଯିଏ କି ଆଜିର ଏହି ମହାମାରୀ କବଳରୁ ନିଜକୁ ବଂଚାଇ ପାରି ଆଗାମୀ ଦିନର ପୃଥିବୀରେ ନିଜକୁ ସ୍ଥିର କରିପାରିବ ସେ ହିଁ ବିଜୟ ମୁକୁଟ ପିନ୍ଧି ପାରିବ” । “ଗତକାଲି ସୁଦ୍ଧା ଭାରତରେ ଏକକ ଭାବରେ ଏହି କୋଭିଡ଼୍‌-୧୯ ସଂକ୍ରମଣ ଆକ୍ରାନ୍ତଙ୍କ ସଂଖ୍ୟା ୨୧୫୪ରେ ପହଂଚିଛି । ୨୬ ଦିନର ଏହି ଜାତୀୟ ଲକ୍ ଡ଼ାଉନ୍ ତଥା ସମସ୍ତ ପ୍ରକାର ପ୍ରତିରୋଧ ଉପାୟ ଗ୍ରହଣ କରିବା ସତ୍ୱେ ଏହା କହିବା ଠିକ୍ ହେବନାହିଁ । ଏଥିରୁ ଆମେ କେବେ ବର୍ତିପାରିବା, ବର୍ତମାନର ନାଗରିକ ଯଦି ଏଥିରୁ ମୁକ୍ତି ପାଇବାରେ ଅନିଶ୍ଚିତତା ଦେଖାଦିଏ ତେବେ ଭବିଷ୍ୟତ କଣ ହେବ ତାହା କେହି ଦେଖିନାହିଁ” ।
ଖଣିଜ ଅଧୀନିୟମ ମୁତାବକ ଡ଼ିଏମଏଫ୍ ପାଣ୍ଠିର ୪୦% ‘ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ର’ ରେ ବ୍ୟବହାର ହେବାର ବ୍ୟବସ୍ଥା ଥିବା ବେଳେ ୬୦% ଅର୍ଥରାଶି ‘ପ୍ରମୁଖ କ୍ଷେତ୍ର’ ପାଇଁ ସଂରକ୍ଷିତ ରହିଅଛି । ଏହାର ଅର୍ଥ ପାଣ୍ଠିର ୬୦% କେବଳ ଖଣି ଅଧୀନିୟମ କାର୍ଯ୍ୟକଳାପରେ ରହିଥିବା ଗୋଷ୍ଠୀର ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରଜୁଯ୍ୟ ତଥା ବଳକା ରାଜ୍ୟର ହିତ ପାଇଁ ଲାଗିଥାଏ । ସୁତରାଂ ଡ଼ିଏମଏଫ୍ ପାଣ୍ଠି କର୍ପସ ଯୋଜନା ଏକ ଆକର୍ଷଣୀୟ ଯୋଜନା ଅଟେ । ଖଣିଜ ବହୁଳ ରାଜ୍ୟ ମଧ୍ୟରେ ଓଡ଼ିଶା ସବୁଠାରୁ ଅଧିକ ଡ଼ିଏମଏଫ୍ ପାଣ୍ଠି ସଂଗ୍ରହ (୯୫୦୨କୋଟି) କରିଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ରହିଛନ୍ତି ଝାରଖଣ୍ଡ ୫୧୮୧ କୋଟି ଏବଂ ଛତିଶଗଡ଼ ୪୯୮୧କୋଟି ଯାହା ଜାନୁୟାରୀ ୨୦୨୦ ପର୍ଯ୍ୟନ୍ତ ରହିଅଛି । ଅନ୍ୟାନ୍ୟ ରାଜ୍ୟର ସଂଗ୍ରହ ମଧ୍ୟରେ ରହିଛି ରାଜସ୍ଥାନ ୩୫୧୪ କୋଟି, ମଧ୍ୟପ୍ରଦେଶ ୨୮୬୪ କୋଟି, ତେଲେଙ୍ଗାନା ୨୭୭୪ କୋଟି, କର୍ଣ୍ଣାଟକ ୧୮୪୨ କୋଟି, ମହାରାଷ୍ଟ୍ର ୧୭୨୮ କୋଟି, ଆନ୍ଧ୍ରପ୍ରଦେଶ ୯୦୬ କୋଟି, ଗୁଜରାଟ ୬୬୮ କୋଟି, ଉତ୍ତରପ୍ରଦେଶ ୬୫୧ କୋଟି, ତାମିଲନାଡୁ ୬୧୦ କୋଟି ଏବଂ ଗୋଆ ୧୮୯ କୋଟି । ଯଦି ଆମେ ଖର୍ଚ୍ଚର ଧାରାକୁ ଦୃଷ୍ଟିରେ ରଖିବା ଛତିଶଗଡ଼ ସର୍ବାଧିକ ୩୩୫୯ କୋଟି ଖର୍ଚ୍ଚ କରି ଆଗରେ ରହିଥିବା ବେଳେ ଓଡ଼ିଶା ୨୭୯୪ କୋଟି ତଥା ଝାଡ଼ଖଣ୍ଡ ୨୪୦୯ କୋଟିର ସ୍ଥାନରେ ଜାନୁୟାରୀ ପର୍ଯ୍ୟନ୍ତ ରହିଅଛି । ଏହି ଦୌଡ଼ରେ ଛୋଟ ରାଜ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଆସାମ ୮୦ କୋଟି, ହିମାଚଳ ୧୪୩ କୋଟି, ମେଘାଳୟ ୪୮କୋଟି ଏବଂ ପଶ୍ଚିମବଙ୍ଗ ୪୩ କୋଟି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ