ଡ଼େଙ୍ଗୁ ପ୍ରତିରୋଧକ ଦିବସ କର୍ମଶାଳା

ହିଂଜିଳିକାଟୁ,(ଶେଷଦେବ ସାହୁ): ପ୍ରତିବର୍ଷ ଜୁଲାଇ ମାସକୁ ଡ଼େଙ୍ଗୁ ପ୍ରତିରୋଧକ ମାସ ଭାବେ ପାଳନ କରାଯାଉଥିବା ଅବସରରେ ମଙ୍ଗଳବାର ସ୍ଥାନୀୟ ପଂଚାୟତସମିତି କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଡ଼େଙ୍ଗୁ ପ୍ରତିରୋଧକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଯୋଗ ଦେଇଥିଲେ । ପ୍ରଶିକ୍ଷକ ଭାବେ ସମ୍ବଳ ଅଧିକାରୀ ପଂଚାନନ ଦାଶ ଯୋଗଦେଇ ମାରାତ୍ମକ ଡ଼େଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏସିଡ଼ ମଶା ଠାରୁ ଉତ୍ପନ ଡ଼େଙ୍ଗୁରୋଗର ମାରାତ୍ମକ ଭୟବହତାକୁ ଦୁରେଇ ରଖିବା ସହ ଏହାର ନିରାକରଣ ସକାଶେ କିଭଳି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇପାରିବ ସେ ନେଇ କର୍ମଶାଳାରେ ଉପସ୍ଥିତ ବହୁ ବିଭାଗୀୟ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ଡ଼େଙ୍ଗୁରୋଗର ପ୍ରତିରୋଧ ସକାଶେ ବ୍ଳକର ସମସ୍ତ ଗ୍ରାମାଂଚଳ ଓ ପୌରାଂଚଳର ସମସ୍ତ ଜନସାଧାରଣଙ୍କୁ ଏବଂ ବିଦ୍ୟାଳୟରେ ଶିକ୍ଷାର୍ଥୀ ମାନଙ୍କୁ ସଚେତନ କରାଯିବାର ଲକ୍ଷ୍ୟ ରହିଛି ବୋଲି କର୍ମଶାଳାରେ ମତପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସିଡ଼ିପିଓ ଶୁଭଶ୍ରୀ ପାତ୍ର, ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରତିଭା ପାତ୍ର, ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ଅନିଲ ରଥ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ନିମାଇଁ ଚରଣ ମହାପାତ୍ର, , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧରଣୀଧର ଭୂୟାଁ, ହିଂଜିଳି ବ୍ଳକର ବହୁ ପଂଚାୟତର ନିର୍ବାହୀ ଅଧିକାରୀ, ବହୁ ସିଆରସିସି, ଗ୍ରାମ ରୋଜଗାର ସେବକଙ୍କ ସମେତ ଅଙ୍ଗନବାଡ଼ି ସୁପରଭାଇଜର ମାନେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ