ଢ଼େଙ୍କାରୁ କ୍ୱାଣ୍ଟେନମେଣ୍ଟ ଜୋନ ହଟାଇବାକୁ ଦାବି

ହାଟଡିହି (ଓ୍ବାଇଏନ୍ଏସ୍) : ଢ଼େଙ୍କା ବଜାରରୁ କ୍ୱାଣ୍ଟେନମେଣ୍ଟ ଜୋନ ହଟାଇବାକୁ ବଜାରବାସୀ ଦାବି କରିଛନ୍ତି । ବଜାର ନିକଟରେ ଥିବା ହାଇସ୍କୁଲକୁ କ୍ୱାରେଣ୍ଟାଇନ ସେଣ୍ଟର କରାଯାଇଥିବାବେଳେ ସେଠାରେ ପ୍ରବାସୀ ଓଡିଆ ମାନେ ରହିଥିଲେ । ଗତ ୭ଦିନ ତଳେ ଏହି କ୍ୱାରେଣ୍ଟାଇନ ସେଣ୍ଟରରୁ ଜଣେ ପ୍ରବାସୀ ଓଡିଆଙ୍କ ଠାରେ କରୋନା ପଜେଟିଭ ବାହାରିବା ପରେ ପ୍ରଶାସନ ପକ୍ଷରୁ ୧୦୦ମିଟର ଦୁରତାକୁ କ୍ୱାଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇ ସମଗ୍ର ବଜାରଟିକୁ ସିଲ କରିଦିଆଯାଇଥିଲା । ଯାହାଦ୍ୱାରା ବଜାରରେ ଥିବା ୬୦ରୁ ଉର୍ଦ୍ଧ ଦେକାନ ବଜାର ସେହଦିନ ଠାରୁ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି । ଏହି ବଜାରରେ ବ୍ୟବସାୟ କରି ଅନେକ ଗରିବ ଲୋକ ସେମାନଙ୍କ ପରିବାର ଚଳାଉଥିବାବେଳେ ଆଜକୁ ୬ଦିନ ହେଲା ସେମାନେ ହାତବାନ୍ଧି ବସିଛନ୍ତି । ଯେଉଁ ପ୍ରବାସୀମାନେ କ୍ୱାରେଣ୍ଟାଇନ ଅଛନ୍ତି ସେମାନେ ସ୍କୁଲ ବାହାରକୁ ବାହାରୁ ନାହାନ୍ତି । ତେଣୁ ପ୍ରଶାସନ ତୁରନ୍ତ ଏହାର ପୁର୍ନବିଚାର କରି ଢ଼େଙ୍କା ବଜାରରୁ କ୍ୱାଣ୍ଟେନମେଣ୍ଟ ଜୋନ ହଟାଇବାକୁ ଆଜି ରବିନ୍ଦ୍ର କୁମାର ଦାଶ, ରଜନି ପାଣିଗ୍ରାହୀ, ଦେବବ୍ରତ କର, ବିଜୟ ଗୁପ୍ତା, ରାଜନାରାୟଣ ସାହୁ, ସୁଦର୍ଶନ ଯେନା, ପ୍ରଫୁଲ ମହାପାତ୍ର, ମିଟୁ ପଟ୍ଟନାୟକ, କୁନା ଯେନାଙ୍କ ସମେତ ଏକ ପ୍ରତିନିଧି ଦଳ ତହସିଲଦାର ଗାୟତ୍ରୀ ସୋରେନଙ୍କୁ ଭେଟି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ