ଢ଼େଙ୍କା ଓ କୁଶଟିକିରିର ଶହେ ମିଟର ଦୁରକୁ କ୍ୱାଣ୍ଟେନମେଣ୍ଟ ଜୋନ ଘୋଷଣା
ହାଟଡ଼ିହି (ଓ୍ବାଇଏନ୍ଏସ୍) : ଗତକାଲି ଆଉ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁର୍ବରୁ ଆନନ୍ଦପୁର ବ୍ଲକ ପଞ୍ଚୁପଲ୍ଲୀରେ ଗୋଟିଏ ହୋଇଥିବାବେମେଳ ଆଉ ଗୋଟିଏ ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ହୀରାପୁର ଗ୍ରାମରେ ବାହାରିଥିଲା । ଫଳରେ ହାଟଡିହି ବ୍ଲକରେ ଏବେ ତିନିଜଣ କରୋନା ଆକ୍ରାନ୍ତ ଅଛନ୍ତି । ପୁର୍ବସଂକ୍ରମିତ ଜଣକ କଲିକତା ଲିଙ୍କ ଥିବାବେଳେ ଏହି ଦୁଇଜଣ ସୁରଟ ଫେରନ୍ତା । ଜଣେ ଢ଼େଙ୍କା ପଞ୍ଚାୟତ ଛୁଆଳିଆ ଗ୍ରାମର ହୋଇଥିବାବେଳେ ଅନ୍ୟଜଣଙ୍କ ଘର ଧନୁର୍ଜୟପୁର ପଞ୍ଚାୟତର ଫୁଲଝର ଗ୍ରାମର । ଢ଼େଙ୍କା ଓ କୁଶଟିକିରି କ୍ୱାରେଣ୍ଟାଇନ ସେଣ୍ଟରେ ଥିବା ସୁରଟ ଫେରନ୍ତା ପ୍ରବାସୀ ଓଡିଆଙ୍କ ମଧ୍ୟରୁ ଦୁଇଜଣଙ୍କ ଠାରେ କରୋନା ପଜେଟିଭ ଜଣାପଡିବାପରେ ଗତକାଲି ରାତିରେ ଆକ୍ରାନ୍ତ ଦୁଇଜଣଙ୍କୁ ଅଶ୍ୱନୀ କୋଭିଡ-୧୯ ହସପିଟାଲକୁ ନିଆଯାଇଥିବାବେଳେ ରାତିରୁ ଦୁଇ କ୍ୱାରେଣ୍ଟାଇନ ସେଣ୍ଟରର ଶହେମିଟର ପରିଧିକୁ କ୍ୱାରେଣ୍ଟାଇନ ଜୋନ ଭାବେ ଘୋଷଣା କରାଯାଇଛି । ଆଜି ସକାଳୁ ଏହି ଦୁଇଟି ସ୍ଥାନରେ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କାର୍ଯ୍ୟ ଜାରି ରହିଛି । ସେହିପରି ଢ଼େଙ୍କା ବଜାରଟି ଆଜି ସମ୍ପୁର୍ଣ୍ଣ ବନ୍ଦ ରହିଥିବାବେଳେ ପୁଲିସ ପକ୍ଷରୁ ସୋସୋ-ଢ଼େଙ୍କା, ଢ଼େଙ୍କା- ସଙ୍ଗମ, ଢ଼େଙ୍କା-କଣିଆରୀ, ରାସ୍ତାକୁ ସିଲ କରାଯାଇଛି । ବଜାର କମିଟି ପକ୍ଷରୁ ବଜାରକୁ ସର୍ଟଡାଉନ କରାଯାଇଛି । ଶହଶହ ଲୋକଙ୍କ ସମାଗମ ଥିବା ବଜାରଟି ଆଜି ଜନଶୁନ୍ୟ ହୋଇ ପଡିଛି । ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ଜ୍ୟୋତି ରଞ୍ଜନ ରାଉତ, ଡାକ୍ତର ହିମାଶୁଂ ସାହୁ, ଡାକ୍ତର ସଂଗ୍ରାମ ବ୍ରହ୍ମ, ସି.ଡି.ପି.ଓ ସରସ୍ୱତୀ ସେଠୀ, ବି.ପି.ଏମ ଚନ୍ଦନ କୁମାର ସାହୁ, ବିଡିଏମ ପ୍ରଦୀପ ଦାସ, ସ୍ୱାସ୍ଥ୍ୟକର୍ମୀ ଶାନ୍ତନୁ ଘଡେଇ ପ୍ରମୁଖ ସଂପୃକ୍ତ ଅଞ୍ଚଳର ଗ୍ରସ୍ଥକରି ଆକ୍ରାନ୍ତଙ୍କ କଣ୍ଟାକ୍ଟ ଲିଷ୍ଟ ପ୍ରସ୍ତୁତକରି ସେମାନଙ୍କ କଣ୍ଟାକ୍ଟରେ ଆସିଥିବା ଲୋକଙ୍କ ଠାରୁ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ଏହି କ୍ୱାରେଣ୍ଟାଇନ ସେଣ୍ଟରରେ ୭ଜଣ ଥିବାବେଳେ ଅନ୍ୟ ୬ଜଣଙ୍କ ମଧ୍ୟରୁ ଦୁଇଜଣ ଅସୁସ୍ଥ ଥିବାରୁ ସେମାନଙ୍କୁ ଶାଳଣିଆଁରେ ରଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । କୁଶଟିକିରି କ୍ୱାରେଣ୍ଟାଇନ ସେଣ୍ଟରେ ଥିବା ଫୁଲଝର ଗ୍ରାମର ଯୁବକ ଜଣକ ସୁରଟରୁ ଫେରିଥିବାବେଳେ ତାଙ୍କର କଣ୍ଟାକ୍ଟ ଲିଷ୍ଟ ପ୍ରଶାସନ ପ୍ରସ୍ତୁତ କରିଛି । ସେମାନେ ପଢ଼ିଆରିପଲ୍ଲୀର କିଛି ଯୁବକଙ୍କ ସହିତ ସାଙ୍ଗହୋଇ ଏକ ଗାଡିରେ ଆସିଥିଲେ । ଅନ୍ୟମାନେ ପଢ଼ିଆରିପଲ୍ଲୀ ପଞ୍ଚାୟତର କ୍ୱାରେଣ୍ଟାଇନରେ ରହିଥିବା ଜଣାଯାଇଛି । କୁଶଟିକିରି କ୍ୱାରେଣ୍ଟାଇନ ସେଣ୍ଟର ନିକଟକୁ ଯାଇଥିବା ରାସ୍ତାର ଶଙ୍ଖଣା, ଚଞ୍ଚକପଡା ଓ ହଦଗଡ ନିକଟରେ ରାସ୍ତାକୁ ସୋସୋ ପୁଲିସ ପକ୍ଷରୁ ସିଲ କରାଯାଇଛି ।


