ୟମାହା ପ୍ରିମିୟର ସୋ’ରୁମ “ବ୍ଲୁ ସ୍କୋୟାର”ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ଦୁଇଚକିଆ ଯାନ ‘ୟମାହା’ର ବାଲେଶ୍ୱର ଅଧିକୃତ ବିକ୍ରେତା ‘ସାଇ ଅନନ୍ତ ଅଟୋମୋବାଇଲ୍ସ ପ୍ରାଇଭେଟ ଲିମିଟେଡ’ ପକ୍ଷରୁ ରୂପାନ୍ତରିତ ପ୍ରିମିୟର ସୋ’ରୁମ ‘ବ୍ଲୁ ସ୍କୋୟାର’ ଶୁକ୍ରବାର ଉଦଘାଟିତ ହୋଇଯାଇଛି । କମ୍ପାନୀର ବରିଷ୍ଠ ଉପ-ସଭାପତି ତଥା ଜାତୀୟ ମୁଖ୍ୟ ରବୀନ୍ଦ୍ର ସିଂହ ଏହି ପ୍ରିମିୟର ସୋ’ରୁମକୁ ଉଦଘାଟନ କରିଥିଲେ । ଯୁବପିଢ଼ି ଓ କ୍ରୀଡ଼ାବିତଙ୍କ ଋଚିକୁ ଦୃଷ୍ଟିରେ ରଖି ଦେଶରେ ସମ୍ପ୍ରତି ୧୧୭ ଗୋଟି ବ୍ଲୁ ସ୍କୋୟାର ସୋ’ରୁମ କାର୍ଯ୍ୟକ୍ଷମ ଥିବା ସେ ସୂଚନା ଦେଇଛନ୍ତି । କମ୍ପାନୀର ଏକ୍ସକ୍ଲୁସିଭ ତଥା ଅତ୍ୟାଧୁନିକ ସ୍ପୋର୍ଟସ ମଡେଲର ୟମାହା ଗାଡ଼ି କେବଳ ଏହିଭଳି ବ୍ଲୁ ସ୍କୋୟାର ସୋ’ରୁମ ରେ ବିକ୍ରି ହୋଇଥାଏ ।ଏହି ସୋ’ରୁମକୁ ଆସୁଥିବା ଗ୍ରାହକ ସନ୍ତୋଷ ଲାଭ ସହ ନୂତନ ଗ୍ରାହକ ସୃଷ୍ଟି ଦିଗରେ ବେଶ ସହାୟକ ହେବ ବୋଲି ଶ୍ରୀ ସିଂହ ଆଶା ପ୍ରକାଶ କରିଥିଲେ । ଓଡ଼ିଶାରେ ସାଇ ଅନନ୍ତ ଆଟୋମୋବାଇଲ୍ସ ସମେତ ୫ ଗୋଟି ବ୍ଲୁ ସ୍କୋୟାର ସୋ’ରମ ଅଛିି ବୋଲି ସେ ସୂଚନା ଦେଇଛନ୍ତି । କମ୍ପାନୀର ପୂର୍ବାଞ୍ଚଳ ଜୋନ ବ୍ୟବସାୟିକ ମୁଖ୍ୟ ଆସିଫ ଇକବାଲ ଖାନ, ଟେରିଟୋରୀ ମ୍ୟାନେଜର ମହମ୍ମଦ ଜିିସଫ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ଲୁ ସ୍କୋୟାର ସୋରୁମର ବୈଶିଷ୍ଟ ସମ୍ପର୍କରେ ସୂଚନା ଦେଇଥିଲେ । ବିଶେଷ କରି ନୂଆ ନୂଆ ଅତ୍ୟାଧୁନିକ ତଥା ଆକର୍ଷଣୀୟ ମଡେଲର ୟମା ଗାଡ଼ି ଏଠାରେ ବିକ୍ରି ହେବ ବୋଲି ସେ କହିଥିଲେ । ୟମାହା ଗାଡ଼ିର ଚାହିଦା ବଢ଼ି ଚାଲିଥିବା ବେଳେ ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାର ଯୁବପିଢ଼ିିଙ୍କ ପାଇଁ ଏହା ଉପାଦେୟ ସାବ୍ୟସ୍ତ ହେବ ବୋଲି ଅଧିକାରୀମାନେ କହିଥିଲେ । ସାଇ ଅନନ୍ତ ଅଟୋମୋବାଇଲ୍ସ ପ୍ରାଇଭେଟ ଲିମିଟେଡ ତଥା ବ୍ଲୁ ସ୍କୋୟାରର ପରିଚାଳନା ନିର୍ଦ୍ଦେଶକ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ପ୍ରଥମଥର ପାଇଁ ବାଲେଶ୍ୱର ସହରରେ ଏଭଳି ଏକ ପ୍ରିମିୟର ସୋ’ରୁମ ଖୋଲାଯାଇଥିବା ବେଳେ ଜିଲାବାସୀଙ୍କୁ ଏହା ଉଚିତ ସେବା ଦେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ସୋ’ରୁମର ନିର୍ଦ୍ଦେଶକ ରଶ୍ମିତା ମହାନ୍ତି ଓ ଦିବ୍ୟଜ୍ୟୋତି ମହାନ୍ତି, ମ୍ୟାନେଜର ଦର୍ପ ନାରାୟଣ ଦାସଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ଥିଲେ । ସକାଳେ ବ୍ଲୁ ସ୍କୋୟାର ଜର୍ସି ପରହିତ ୟମାହା ରାଇଡରଙ୍କ ଦ୍ୱାରା ଏକ ବାଇକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ