ୟୁଜିସିଟିଇର ବାର୍ଷିକ କ୍ରୀଡା ଉଦଯାପିତ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ପରିସରରେ ତିନି ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି. ସହକାରୀ ପ୍ରଫେସର ଡକ୍ଟର ତ୍ରିନାଥ ମଲ୍ଲିକ ଓ ଅଧ୍ୟାପକ ଧ୍ରୁବଚରଣ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ସହକାରୀ ପ୍ରଫେସରଙ୍କ ସହଯୋଗ ରେ କ୍ରିକେଟ, ଭଲି ବଲ, ବ୍ୟାଡ଼ମିଣ୍ଟନ ସମେତ ପ୍ରାୟ କୋଡିଏ ପ୍ରକାର କ୍ରୀଡାପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା. ତକତପୁର ଶିବ ମନ୍ଦିର ଠାରୁ ମଶାଲ ଯାତ୍ରା ସହ ଆରମ୍ଭ ହୋଇଥିବା ଏହି କ୍ରୀଡା ପ୍ରତିଯୋଗିତା ପୁରସ୍କାର ପ୍ରଦାନ ସହ ଉଦଯାପିତ ହୋଇଥିଲା. କଲେଜର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସଞ୍ଜୟ କୁମାର ଦେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ଅତିଥି ଭାବେ ଡକ୍ଟର ସରୋଜ ନାୟକ, ଉମେଶ ଚନ୍ଦ୍ର ମାଝୀ, ଡକ୍ଟର ଚିତ୍ରସେନ ସେଠୀ, ସରୋଜ ଦାସ, ରାଜକିଶୋର ରାଉଳ, ସନ୍ଦୀପ ସିଂ, କେ. ଲଷ୍ମୀ ସେନାପତି ଖିରୋଦ ଚୌଧୁରୀ, ନବୀନ ସିଂ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ. ବାଳକ ବିଭାଗରେ ଶିବ ସିଂ ଓ ବାଳିକା ବିଭାଗରେ ଲିଳିରାଣୀ ଜେନା ଚମ୍ପିୟାନ ହୋଇ ପୁରସ୍କୃତ ହୋଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ