ୟୁଟ୍ୟୁବ୍ ପାଇଁ ଭାରତ ସର୍ବବୃହତ୍ତ ବଜାର
ନୂଆଦିଲ୍ଲୀ, (ଏଜେନ୍ସି): ଭାରତରେ ଅତ୍ୟନ୍ତ ଶସ୍ତା ମୋବାଇଲ୍ ଡାଟା ଓ ସ୍ମାର୍ଟଫୋନ୍ରୁ ୟୁଟ୍ୟୁବ୍କୁ ବିଶେଷ ଲାଭ ମିଳିଛି । ଆମେରିକାକୁ ପଛରେ ପକାଇ ଭାରତ ଏବେ ୟୁଟ୍ୟୁବ୍ର ସର୍ବବୃହତ୍ତ ଓ ସର୍ବାଧିକ ବେଗରେ ବଢ଼ୁଥିବା ବଜାରରେ ପରିଣତ ହୋଇଛି । ଲର୍ଣ୍ଣିଂ ଓ ଏଜକେସନ୍, ମ୍ୟୁଜିକ୍, ସ୍ୱାସ୍ଥ୍ୟ ଓ ରୋଷେଇ ପରି ବିବିଧ ବିଷୟ ଉପରେ ସ୍ଥାନୀୟ ଭାଷାରେ ସାମଗ୍ରୀ ଠାରୁ ୟୁଟ୍ୟୁବର ବ୍ୟବହାର ଅତ୍ୟନ୍ତ ବୃଦ୍ଧି ପାଇଛି । ୟୁଟ୍ୟୁବ୍ ଆମେରିକାର ପ୍ରତିଷ୍ଠିତ ଟେକ୍ କମ୍ପାନୀ ଗୁଗଲର ଏକ ଅଂଶ । ଏବେ ଭାରତରେ ଏହାର ୨୬.୫କୋଟି ବ୍ୟବହାରକାରି ରହିଛନ୍ତି । କମ୍ପାନୀର ଜଣେ ଅଧିକାରୀଙ୍କ ଅନୁସାରେ ୟୁଟ୍ୟୁବ୍ ଉପରେ ୯୫% ଭିଡ଼ିଓର ବ୍ୟବହାର ଟିୟର ୨ଓ ଟିୟର ୩ସହରରେ ସ୍ଥାନୀୟ ଭାଷାରେ ହେଉଛି । ଭାରତରେ ମୋବାଇଲ୍ ଡାଟା ବିଶ୍ୱରେ ସବୁଠାରୁ ଶସ୍ତା । ସେପ୍ଟେମ୍ବର ୨୦୧୬ରେ ରିଲାଏନ୍ସ ଜିଓ ଲଞ୍ଚ୍ ହେବା ପରେ ଡାଟା ଟାରିଫ୍ ଲଗାତାର ଶସ୍ତା ହେବାରେ ଲାଗିଛି । ବର୍ତ୍ତମାନ ୧ଜିବି ଡାଟାର ମୂଲ୍ୟ ୧୦ଟଙ୍କା ଠାରୁ ମଧ୍ୟ କମ୍ ରହିଛି । ଯାହାକି ୨-୩ବର୍ଷ ପୂର୍ବରୁ ୧୦୦ଟଙ୍କା ହେଉଥିଲା । ୟୁଟ୍ୟୁବ୍ର ସିଇଓ ସୁସୈନ ଭୋଜସିକି କହିଛନ୍ତି ଯେ ଗତ ବର୍ଷେ ମଧ୍ୟରେ ମୋବାଇଲ୍ରେ ୟୁଟ୍ୟୁବ୍ର ବ୍ୟବହାର ୮୫% ବଢ଼ିଛି । ଏଥିମଧ୍ୟରୁ ୬୦% ଭାରତର ୬ ସବୁଠାରୁ ବଡ଼ ମେଟ୍ରୋ ସହର ବହାରୁ ହେଉଅଛି ।


