ୟୁଥମାସ୍ ସେବାସଂଘ ପକ୍ଷରୁ ୯ମ ମିନିମାରଥାନ୍ ଗଣ ଦୈାଡ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ପବିତ୍ର ଜାତୀୟ ଯୁବ ଦିବସ ଅବସରରେ ଛତ୍ରପୁର ୟୁଥମାସ୍ ସେବାସଂଘ ର ୧୦ମ ବାର୍ଷିକ ଉତ୍ସବ ଏବଂ ସଂଘ ପକ୍ଷରୁ କନ୍ୟାଭ୍ରୂଣ ହତ୍ୟା ରୋକିବା ଉଦ୍ଦେଶ୍ୟରେ ୯ମ ମିନିମାରଥାନ୍ ଗଣ ଦୌଡ ଅନୁଷ୍ଠିତ ହୋଇଥିଲା । ଉଦ୍‌ଘାଟକ ଭାବେ ଆଇଆରଇ କଂପାନୀର (ଆରଇଇପି) ମୁଖ୍ୟ ଅକ୍ଷୟ କୁମାର ପାଣି ଯୋଗଦେଇ ସବୁଜ ପତକା ଦେଖାଇ ଗଣ ଦୈାଡକୁ ଉଦ୍‌ଘାଟନ କରିବା ସହ କନ୍ୟାଦେଶର ସମ୍ପଦ ବୋଲି କହିଥିଲେ । ଏହା ସହ ମାଁ କୁ ସମ୍ମାନ ଦେଇ କନ୍ୟାଭ୍ରୂଣ ହତ୍ୟା ରୋକିବା ପାଇ ଯୁବପିଢିକୁ କହିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅତିଥିଭାବେ ଆଇଆରଈ କଂପାନୀର ଡିଜିଏମ ଗତିକୃଷ୍ଣ ନାୟକ, ସୁରଶ ଚନ୍ଦ୍ର ପାତ୍ର, ଅରୁଣା ଆଇସ୍କିମ୍ ର ବିଡିଏମ୍ ଅନୀଲ କୁମାର ମିଶ୍ର, ଯୁବସମାଜସେବୀ ସୁଧିର କୁମାର ପଟ୍ଟନାୟକ, ମହିଳାନେତ୍ରୀ ସୂବଣ୍ଣମାଳା ବିଷୋୟୀ, ଅଷ୍ଟମ ବାଟାଲିୟନର ଡେପୁଟି କମାଣ୍ଡେଣ୍ଟ ସୁନିଲ କୁମାର ବେହେରା, ପୂର୍ବତନ ସାଂସଦ ପ୍ରତିନିଧୀ ଆୟୁବ ଖାନ୍‌, ୟୁଥମାସ୍ ସେବା ସଂଘର ଉପଦେଷ୍ଟା ବି.ଶ୍ରୀନିବାସ, ଚୈତନ୍ୟ ପ୍ରଧାନ, ଅଧ୍ୟକ୍ଷ ଡ.ବନମାଳି ନେପାକ, ଉପାଧ୍ୟକ୍ଷ କେ.ରମେଶ ରାଓ,ସମ୍ପାଦକ ସୟଦ ମୁକ୍ତାର, ଯୁଗ୍ମ ସମ୍ପାଦକ ତିଲୋଚନ ବେହେରା, ଟ୍ରଷ୍ଟି ଏମ୍‌.ରାଜେଶ. କେ.କଲ୍ୟାଣ କୁମାର ପ୍ରମୂଖ ଉପସ୍ଥିତ ରହି ଧାବକ ଧାବିକା ମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଗଣଦୈାଡ ଚଣ୍ଡିଛକ ଠାରୁ ବାହାରି ଗୋପାଳପୁର ପୋର୍ଟ ଛକ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ୫୦୦ରୁଉର୍ଦ୍ଧ୍ୱ ଜଣ ପୁରୁଷ,ମହିଳା ଭାଗ ନେଇଥିଲେ । ଏହି ଗଣଦୈାଡରେ ପୁରୁଷବର୍ଗରେ ଧାବକ ସାଇ କିରଣ ସାହୁ (ପ୍ରଥମ), ବି.ବିଶ୍ୱନାଥ(ଦ୍ୱିତୀୟ), ରୋହିତ କୁମାର (ତୃତୀୟ) ସ୍ଥାନ ଅଧିକାର କରିଥିବା ବେଳେ ମହିଳା ବର୍ଗରେ ଧାବିକା ସାଇନା ସ୍ମାଇଲ ମହାନ୍ତି(ପ୍ରଥମ) ସ୍ମରଣୀକା ସାହୁ(ଦ୍ୱିତୀୟ ) ଜ୍ୟୋତିସ୍ମିତା ଲେଙ୍କା (ତୃତୀୟ)ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ । ଏହାସହ ୧୭ଜଣଙ୍କୁ ଶାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲ।। ଟ୍ରଫିସହ ପ୍ରଥମ (୫ହଜାରଟଙ୍କା), ଦ୍ୱିତୀୟ (୩ହଜାର) ଏବଂ ତୃତୀୟ (୨ହଜାର) ଟଙ୍କାର ଆର୍ଥିକ ରାଶି ସଂଘ ପକ୍ଷରୁ ଉଭୟ ପୁରୁଷ ଓ ମହିଳା ବର୍ଗ ର ଧାବକ, ଧାବିକା ମାନଙ୍କୁ ପ୍ରଦାନ କରାଯାଇଥିଲା । ସଂନ୍ଧ୍ୟାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ଡ.ବନମାଳି ନେପାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲ।। । ଏଥିରେ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଗୋପାଳପୁର ଟାଟା ଷ୍ଟିଲର ଗ୍ରାମୀଣ ବିକାଶ ସଂସ୍ଥା କାର୍ଯ୍ୟନିର୍ବାହୀଅଧିକାରୀ ଇଶ୍ୱର କୁମାର ପରିଡା ଯୋଗଦେଇ ଗଣଦୈାଡର କୃତୀପ୍ରତିଯୋଗିକୁ ପୁରଷ୍କାର ବିତରଣ କରିବା ସହ ଛତ୍ରପୁର ଅଂଚଳର ଚାରିଜଣ ପ୍ରତିଭାଧାରୀ ମାନଙ୍କୁ ସମ୍ମାନୀତ କରିଥିଲେ । ସେମାନେ ହେଲେ ବେଲଗାଁର ଗୁରୁ ଉପେନ୍ଦ୍ର ପାଣିଗ୍ରାହୀ, ସମର୍ଥ ଅନୁଷ୍ଠାନର ସମ୍ପାଦକ ୍ଣଳ.ଆନନ୍ଦ ରାଓ, କ୍ରୀଡା ପ୍ରଶିକ୍ଷୀକ ସିମା ଗୈାଡ, ସମାଜସେବୀ ସାବିତ୍ରୀଆମ୍ମା । ଏହାସହ ସଂଘ ପକ୍ଷରୁ ଶବ ସଂରକ୍ଷଣ ପାଇଁ ଏକ ଫିଜର ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ କୁ ପ୍ରଦାନ କରାଯାଇଥିଲ।। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ୟୁଥ୍ ମାସ ସେବା ସଂଘର ପରାମର୍ଶ ଦାତା ତଥା ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ, ବି.ଶ୍ରୀନିବାସ, ଆୟୁବ ଖାନ୍‌, ଯୋଗଦେଇଥିବା ବେଳେ ସଂଘର ସମ୍ପାଦକ ସୟଦ ମୁକ୍ତାର ବାର୍ଷିକ ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ୟୁଥ୍ ସେବାସଂଘର ତ୍ରିଲୋଚନ ବେହେରା,କେ.ରମେଶଙ୍କ ସମେତ ସଂଘର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ । ଶେଷରେ ସ୍ଥାନୀୟ କୁନିକୁନି କଳାକାରକ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେସିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ବୁଲୁ ଆଚାର୍ଯ୍ୟ ସଂଯୋଜନା କରିଥିଲେ । ଏହି ଗଣଦୈାଡ କାର୍ଯ୍ୟକ୍ରମକୁ ଛତ୍ରପୁରର ଆନ୍ତର୍ଜାତୀୟ ମାର୍କା ୟୁରୋ କିଡସ୍ ପ୍ରି ସ୍କୁଲ, ଅରୁଣା ଆଇସ୍କିମ, ମଦରସ୍ କିଚେନ , ଗୋପାଳପୁର ବନ୍ଦର, ଗୋପାଳପୁର ଟାଟା ଷ୍ଟିଲ, ଆଇଆରଇ କଂପାନୀ, ଗଂଜାମର ଆଦିତ୍ୟ ବିର୍ଲା କଂପାନୀଙ୍କ ସମେତ ବହୁ ସଂସ୍ଥା ଏବଂ କିଛି ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ