ୟୁଥ୍ କ୍ଲବ ପକ୍ଷରୁ ବୃକ୍ଷରୋପଣ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ସେଣ୍ଢତୀରାସ୍ଥିତ ଶ୍ରୀ ଗଣେଶ ୟୁଥ୍ କ୍ଲବ ପକ୍ଷରୁ ଦୁଇ ଦିନ ଧରି ବୃକ୍ଷରୋପଣ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରବାର କ୍ଲବର ସଭାପତି ସୁନୀଲ ସେନାପତି, ସମ୍ପାଦକ ସଞ୍ଜୀବ୍ ଖଣ୍ଡେଇଙ୍କ ନେତୃତ୍ୱରେ ସଦସ୍ୟ ମାନେ କ୍ଲବ ପରିସର, ବିଦ୍ୟାଳୟ ଓ ଖେଳ ପଡିଆ ଆଦି ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିଥିଲେ । ଏଥିରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାମଲ ପ୍ରମୁଖ ଯୋଗ ଦେଇଥିଲେ । ଶୁକ୍ରବାର ସଭାପତି ଓ ସମ୍ପାଦକଙ୍କ ନେତୃତ୍ୱରେ ଅଭିଜିତ୍ ବେହେରା, ରଶ୍ମି ରଞ୍ଜନ ସେନାପତି, ବାସୁଦେବ ଷେଣ୍ଢ, ଅବିନାଶ ପାଢୀ, ଶୁଭ ଜେନା, ଶଶୀକାନ୍ତ ଜେନା, ସରୋଜ ସ୍ୱାଇଁ, ମନୋଜ ସ୍ୱାଇଁ, ଅଭିଜିତ୍ ସାହୁ, ଆଲୋକ ଖୁଣ୍ଟିଆ ପ୍ରମୁଖ ସେଣ୍ଢତୀରା ବଜାର, ବିଦ୍ୟାଳୟ ସମ୍ମୁଖ ରାସ୍ତା, ପୂଜା ମଣ୍ଡପ ଆଦି ବିଭିନ୍ନ ସ୍ଥାନ ସଫା କରିଥିଲେ । ଏଥିରେ ସରପଞ୍ଚ ପ୍ରେମଲତା ପ୍ରଧାନ, ସେଣ୍ଢତୀରା ସମବାୟ ସମିତିର ସଭାପତି ପ୍ରେମାନନ୍ଦ ନାୟକ, ପଞ୍ଚାୟତ ବିଜେଡି ସଭାପତି ହୃଷିକେଶ ପାତ୍ର ଯୋଗ ଦେଇଥିଲେ ।


