ୟୁଥ୍ ଫର୍ ଆକ୍ସନ ପକ୍ଷରୁ ଜନସଚେତନତା ଓ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ

 

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): ଓଡ଼ିଶାର ଜଣାଶୁଣା ରାଜନୀତିଜ୍ଞ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ଵାରା ପରିଚାଳିତ ଅଣରାଜନୈତିକ ତଥା ସାମାଜିକ ସଙ୍ଗଠନ ୟୁଥ୍ ଫର୍ ଆକ୍ସନ ପକ୍ଷରୁ କୋଣାର୍କ ରାଉଳପାଟଣା ଠାରେ ଏକ ଜନସଚେତନତା ଓ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ୟୁଥ୍ ଫର୍ ଆକ୍ସନ ସଙ୍ଗଠନର କାକଟପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ୟୁଥ୍ ଫର୍ ଆକ୍ସନ ସଙ୍ଗଠନର କାକଟପୁର ନିର୍ବାଚନ ମଣ୍ଡଳୀ ସହସଂପାଦକ ମନୋଜ କୁମାର ନାୟକଙ୍କ (ମିଞ୍ଜନ) ପୁରୋହିତରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିଳ୍ପ ନିର୍ଦ୍ଦେଶକ ଜଗବନ୍ଧୁ ଷଡଙ୍ଗୀ, ମୁଖ୍ୟବକ୍ତା ଭାବେ ଓଡ଼ିଶା ଦୁର୍ନୀତି ମଞ୍ଚର ଅଧ୍ୟକ୍ଷ ସୁଧୀର ମହାନ୍ତି, କାକଟପୁର ନିର୍ବାଚନ ମଣ୍ଡଳୀର ମୁଖପାତ୍ର ଭାଗିରଥି ଦଳାଇ, ସଂଯୋଜକ ତପନ ମିଶ୍ର, ପ୍ରକାଶ ମଲ୍ଲିକ, ହୁଲାସ ବେହେରା, ମାନସ ରାଉତ, ମନୋଜ ବିଶ୍ବାଳ, ଆଶାଲତା ରାଉତରାୟ, ରଞ୍ଜନ ପାତ୍ର, ଭିକାରୀ ମିଶ୍ର, ନାରାୟଣ ଦାସ, ଜୀବନ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଦୁର୍ନୀତି ବିରୁଦ୍ଧରେ ଲଢ଼ିବାକୁ ଉପସ୍ଥିତ ଜନସାଧାଣ ମାନଙ୍କୁ ପ୍ରବର୍ତ୍ତାଇ ଥିଲେ। ଗରିବ, ଅବହେଳିତ ଓ ନିଷ୍ପେସିତ ମାନଙ୍କୁ ନ୍ୟାୟ ଓ ଅଧିକାର ଦେବା ପାଇଁ ପ୍ରତ୍ୟେକ ବ୍ଲକ୍ ଓ ଜିଲ୍ଲା ସ୍ତରରେ ୟୁଥ୍ ଫର୍ ଆକ୍ସନ ସଙ୍ଗଠନର କର୍ମୀ ମାନେ ନିୟୋଜିତ ଅଛନ୍ତି। ରାଜନୀତି ରୁ ଦୂରରେ ରହି ଲୋକମାନଙ୍କ ଆବଶ୍ୟକ ଓ ସହଯୋଗକୁ ପାଥେୟ କରି ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ଲୋକ ମାନଙ୍କ ସେବା କରିବାକୁ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରଞ୍ଜିତ ପ୍ରଧାନ, ଆଲୋକ ରଂଜନ ପଣ୍ଡା, ଲକ୍ଷ୍ମୀଧର ବାରିକ, ଲୋଚନ ନାୟକ, ପ୍ରମେଶ୍ ପାତ୍ର, ରମେଶ କାଣ୍ଡି, ପ୍ରସନ୍ନ ଦାସ, ମଙ୍ଗରାଜ ମୁଦୁଲି, ଚନ୍ଦ୍ରମଣି ମଲ ଓ ମୌସୁମୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ କାକଟପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକ ପ୍ରତିନିଧି ମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ