ୟୁଥ୍ ଫର “ସେବା” ପକ୍ଷରୁ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଖାଦ୍ୟ ବିତରଣ

ଚୌଦ୍ଵାର,(ସଞ୍ଜୀବ କୁମାର ତିୱାରୀ):ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ୟୁଥ୍ ଫର “”ସେବା “”ଗ୍ରୁପ୍ ତରଫରୁ ଚୌଦ୍ଵାର ର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଥିବା ପୋଲିସ ଓ ଟ୍ରାଫିକ ଭାଇମାନଙ୍କୁ ପାଣି ବୋତଲ,କେକ୍, ଟାଟା ଗ୍ଲୁକୋଜ ଦିଆଯାଇଥିଲା।ଆଗକୁ ବିଭିନ୍ନ ବସ୍ତି ଓ ରାସ୍ତା କଡ଼ରେ ରହୁଥିବା ଅସହାୟ ଲୋକ ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯିବ ବୋଲି ଗ୍ରୁପ୍ ତରଫରୁ କୁହାଯାଇଛି।ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ପକ୍ଷରୁ ସଭାପତି ଶାରଦା ରଞ୍ଜନ ପରିଜା,ମନୋରଞ୍ଜନ ଭୂୟାଁ,ଅନିରୁଦ୍ଧ ମହାନ୍ତି,ଉମାଶଙ୍କର ସାସମଲ୍, ଅନିଲ ସାହୁ,ଅବିନାଶ ମହାନ୍ତି, ସନ୍ତୋଷ ସାହୁ,ବିନୋଦ ସାହୁ ପ୍ରଭୃତି ସଦସ୍ୟ କାର୍ଯ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ