ୟୁଥ୍ ରେଡ୍କ୍ରସ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ସ୍ଥିତ ଶ୍ରୀରାମ ଡିଗ୍ରୀ କଲେଜର ୟୁଥ୍ ରେଡ୍କ୍ରସ୍ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶ୍ରୀରାମ ଜୁନିଅର୍ କଲେଜ୍ର ପ୍ରତିଷ୍ଠାତା ସ୍ୱର୍ଗତ ରଘୁନାଥ ସାହୁଙ୍କ ୩୧ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଅନୁଷ୍ଠିତ ଉଦ୍ଘାଟନୀ ସମାବେଶରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡ.ସତ୍ୟ ସମ୍ପର୍ଣ୍ଣା ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟର୍ପଣ କରିଥିଲେ । ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ ତହସିଲଦାର ଲକ୍ଷ୍ମୀ ପ୍ରସାଦ ସାହୁ, ଆଇଆଇସି ସୁଶାନ୍ତ ସାହୁ, ଶ୍ରୀରାମ ଜୁନିଅର୍ କଲେଜ୍ ଅଧ୍ୟକ୍ଷ ନବକୃଷ୍ଣ ସାହୁକାର, ୟୁଥ୍ ରେଡ୍ କ୍ରସର କାଉନସିଲର ଅଧ୍ୟାପକ ପାଡାଲା ଭେଙ୍କଟରାଓ ପ୍ରମୁଖ । ଡିଗ୍ରୀ କଲେଜ୍ ଅଧ୍ୟକ୍ଷ ପ୍ରଶାନ୍ତ ବାନାପିଲି ସଭାପତିତ୍ୱ କରିଥିଲେ । ଡ.ଏନ୍.ରବିବାବୁଙ୍କ ନେତୃତ୍ୱରେ ଆସିଥିବା ମେଡିକାଲ ଟିମ୍ ଦ୍ୱାରା ମୋଟ ୨୨ ଜଣଙ୍କ ଠାରୁ ୨୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ୭ ନମ୍ବର ୱାର୍ଡର ଜଗଦୀଶ ଚୌଧୁରୀ (ଟୁଟୁ) ୨୩ ବର୍ଷ ଧରି ନିୟମିତ ରକ୍ତଦାନ କରି ଆସୁଥିବା ଯୋଗୁଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ କାଶୀନଗର ନାଗରିକ ମଞ୍ଚ ସଭାପତି ପ୍ରଶାନ୍ତ ମିଶ୍ର । ମୁଖ୍ୟ ଅତଥି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡ. ସତ୍ୟସମ୍ପର୍ଣ୍ଣା ରାଉତ ପ୍ରଥମେ ରକ୍ତଦାନ କରିଥିଲେ । ଶିବିର ପରିଚାଳକ କାଶୀନଗର ଏନ୍ଏସି ବିଜେଡି ସଭାପତି ରଘୁରାମ ସାହୁ, ସାମ୍ବାଦିକ ଟୁନା ଚୌଧୁରୀ, ଦେବକାନ୍ତ ମିଶ୍ର, ଭାସ୍କର ସାମନ୍ତରାୟ ଆୟୋଜନ ଓ ପରିଚାଳନାରେ ଏହି ରକ୍ତଦାନ ଶିବିର ଆୟୋଜନ ହୋଇଥିଲା ।


