ୟୁଥ ଫର ପିସ ଡେ କାର୍ଯ୍ୟକ୍ରମ ଅନୁଷ୍ଠିତ
ମୋହନା,(ଅଂଶୁମାନ ପଣ୍ଡା): ଜାନୁଆରୀ୧୭,୨୦୨୧ରିଖ ରବିବାର ଦିନ ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ରର ଗଜପତି ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ମୋହନା ବ୍ଲକ ଅନ୍ତର୍ଗତ ବଡ଼ସିଣ୍ଢିବା ପଞ୍ଚାୟତ ସ୍ଥିତ ଡିମ୍ବିରିପଙ୍କାଲ ଗ୍ରାମର ଆବ୍ଲେଜ୍ ୟଥ୍ କ୍ଲବ ଦ୍ଵାରା “ୟୁଥ ଫର ପିସ ଡେ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ବଡ଼ସିଣ୍ଢିବା ସରପଞ୍ଚ ରମାକାନ୍ତ ପାଇକ, ସମ୍ମାନୀତ ଅତିଥି ଭାବେ ପଞ୍ଚାୟତ ଜନସାଧାରଣ କାର୍ଯ୍ୟ ଗୋଷ୍ଠୀର କର୍ମକର୍ତ୍ତା ଗାଁର ରାମ,ଅଙ୍ଗନୱାଡି କର୍ମୀ ଜେବନି ସବର ପ୍ରମୁଖ ଏବଂ ଡିମ୍ବିରିପଙ୍କାଲ ଗ୍ରାମର ଆବ୍ଲେଜ୍ ୟଥ୍ କ୍ଲବର ସମସ୍ତ ସଦସ୍ୟ,ବଡ଼ସିଣ୍ଢିବା ଗ୍ରାମର ରାମକୃଷ୍ଣ ୟଥ୍ କ୍ଲବର ଓ ଢେଙ୍କାସିଣ୍ଢିବା ଗ୍ରାମର ମାଁ ବ୍ରହ୍ମଦେବୀ ୟଥ କ୍ଲବର ସମସ୍ତ ସଦସ୍ୟଗଣ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଡିମ୍ବିରିପଙ୍କାଲ ଠାରୁ ବଡ଼ସିଣ୍ଢିବା ଯାଏଁ ଶାନ୍ତି ପଦଯାତ୍ରା ରାଲି କରାଯାଇଥିଲା । ମୋହନା ବ୍ଲକର ଜାତୀୟ ସ୍ଵେଚ୍ଛା ସେବିକା ପ୍ରିୟଙ୍କା ପଟ୍ଟନାୟକ,କୁନି ଗୈାଡ଼ ଦୁହେଁ ନୂଆଗଡ଼ ବ୍ଲକର ଜାତୀୟ ସ୍ଵେଚ୍ଛାସେବୀ କରୁଣାକର ବେହେର୍ଦ୍ଦଳାଇ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ।