ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ଏଚ୍ଡିଏଫ୍ସି ଲାଇଫ୍ର ବ୍ୟାଙ୍କ୍ ଆସ୍ୟୁରାନ୍ସ ଚୁକ୍ତି

ମୁମ୍ବାଇ, (ଏଜେନ୍ସି): ଭାରତର ପ୍ରମୁଖ ଜାତୀୟସ୍ତରୀୟ ବ୍ୟାଙ୍କ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏଚ୍ଡ଼ିଏଫ୍ସି ଲାଇଫ୍ ଇନସ୍ୟୁରାନ୍ସ ସହିତ ବ୍ୟାଙ୍କ ଆସ୍ୟୁରାନ୍ସ ଚୁକ୍ତି କରାଯାଇଛି । ଦେଶର ଗ୍ରାମୀଣ ତଥା ଅର୍ଦ୍ଧ-ସହରାଞ୍ଚଳରେ ୟୁନାଇଟେଡ୍ ବ୍ୟାଙ୍କ୍ର ୨,୦୦୦ରୁ ଊଦ୍ଧ୍ୱର୍ ଶାଖା ଏବଂ ଅଫିସ୍ ରହିଛି । ସେହିପରି ଏଚ୍ଡିଏଫ୍ସି ଲାଇଫ୍ ଭାରତର ବୃହତ୍ ନନ୍-ବ୍ୟାଙ୍କ ପ୍ରମୋଟେଡ଼୍ ପ୍ରାଇଭେଟ୍ ଲାଇଫ୍ ଇନସ୍ୟୁରାନ୍ସ ପ୍ରଦାନକାରୀ ଭାବେ କାର୍ଯ୍ୟ କରୁଛି । ୟୁନାଇଟେଡ୍ ବ୍ୟାଙ୍କ ୧୮ଟି ଘରୋଇ ଲାଇଫ୍ ଇନସ୍ୟୁରାନ୍ସ କମ୍ପାନୀ ମଧ୍ୟରୁ ଶେଷରେ ଚୂଡାନ୍ତ ପର୍ଯ୍ୟାୟରେ ଏଚ୍ଡିଏଫ୍ସି ଲାଇଫ୍କୁ ଚୟନ କରିଛି । ଏହି ଚୁକ୍ତି ଏଣିକି ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକ ଏଚ୍ଡିଏଫ୍ସି ଲାଇଫ୍ର ବିଭିନ୍ନ ଲାଇଫ୍ ଇନସ୍ୟୁରାନ୍ସ ପ୍ରଡ଼କ୍ଟ, ବିତରଣ ଏବଂ ଗ୍ରାହକ ସେବା ଉପଲବ୍ଧ କରିପାରିବେ । ଏହି ଚୁକ୍ତି ଦ୍ୱାରା ଉଭୟ ସଂସ୍ଥାର ମୋଟ ବ୍ୟବସାୟ ବିକାଶକୁ ନିଶ୍ଚିତ କରାଇବ । ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଲାଇଫ୍ ଇନସ୍ୟୁରାନ୍ସ ପ୍ରଡ଼କ୍ଟ ଭାଲ୍ୟୁ ଆଡିସନ୍ ଭାବେ କାର୍ଯ୍ୟ କରିବ । ଏହା ଗ୍ରାହକ ସନ୍ତୁଷ୍ଟିକୁ ରୁଦ୍ଧିମନ୍ତ କରାଇବା ସହିତ ଗ୍ରାହକଙ୍କୁ ଖୁସିର ଅବସର ପ୍ରଦାନ କରିବ । ଉଭୟ ସଂସ୍ଥା ପାରସ୍ପରିକ ଦୀର୍ଘ ମିଆଦୀ ଲାଭପ୍ରଦ ସମ୍ପର୍କରେ ଜଡ଼ିତ ରହିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏଚ୍ଡିଏଫ୍ସି ଲାଇଫ୍ର ମଲ୍ଟି-ଚ୍ୟାନେଲ ବିତରଣ ପ୍ରଣାଳୀ ତଥା ସୁଦୃଢ଼ ବହୁବିଧ ନେଟ୍ୱାର୍କ ଆବଶ୍ୟକ ସମାଧାନ ଉପଲବ୍ଧ କରାଇବାକୁ ସକ୍ଷମ । ଏହି ଅବସରରେ ଏଚଡିଏଫ୍ସି ଲାଇଫ୍ର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ବିଭା ପାଦଲକର୍ କହିଛନ୍ତି ଯେ ଚଳିତ ବର୍ଷ ଏହାକୁ ମିଶାଇ ତୃତୀୟ ପିଏସ୍ୟୁ ସହିତ ଚୁକ୍ତିବଦ୍ଧ କରାଯାଇଛି । ଏଚଡିଏଫ୍ସି ଲାଇଫ୍ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅନେକ ଚୁକ୍ତି କରି ଗ୍ରାହକଙ୍କୁ ବିସ୍ତୃତ ବର୍ଗର ପସନ୍ଦଯୋଗ୍ୟ ଉତ୍ପାଦ ଉପଲବ୍ଧ କରାଇବାକୁ ସକ୍ଷମ ହୋଇଛି । ଏହି ଅଂଶୀଦାର ଚୁକ୍ତି ଦ୍ୱାରା ଦେଶର ପୂର୍ବ ଏବଂ ଉତ୍ତର-ପୂର୍ବ କ୍ଷେତ୍ରର ସହର, ଅର୍ଦ୍ଧ-ସହର ଏବଂ ଗ୍ରାମୀଣ ଅଞ୍ଚଳର ଗ୍ରାହକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ । କଷ୍ଟମର ଏନଗେଜ୍ମେଣ୍ଟ ମଡେଲ ମାଧ୍ୟମରେ ବ୍ୟାଙ୍କ ଅଂଶୀଦାରର ଗ୍ରାହକଙ୍କୁ ନୂଆ ପ୍ରଣାଳୀ ସହାୟତାରେ ଚିନ୍ତାମୁକ୍ତ ତଥା ଗ୍ରାହକ କେନ୍ଦ୍ରୀକ ପ୍ରୟାସ ଦ୍ୱାରା ଶ୍ରେଷ୍ଠ ଭାଲ୍ୟୁ ପ୍ରପୋଜିସନ୍ ଉପଲବ୍ଧ କରାଇବାକୁ ସକ୍ଷମ । ୨୦୧୫ ଠାରୁ ଇନସ୍ୟୁରାନ୍ସ ରେଗୁଲେଟୋରୀ ଆଣ୍ଡ ଡେଭଲପ୍ମେଣ୍ଟ ଅଥରିଟି ଅଫ୍ ଇଣ୍ଡିଆ(ଆଇଆର୍ଡିଏଆଇ)ର ନୂଆ ପଦକ୍ଷେପ ଦ୍ୱାରା ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବହୁବିଧ ଇନସ୍ୟୁରାନ୍ସ ଯୋଜନାବଦ୍ଧ ଭାବେ ବିକ୍ରି କରିବାକୁ ସକ୍ଷମ ହୋଇପାରୁଛନ୍ତି । ପୂର୍ବରୁ ଇନସ୍ୟୁରାନ୍ସ କ୍ଷେତ୍ରରେ ଡିଷ୍ଟ୍ରିବ୍ୟୁଟର ଜଣେ ଇନସ୍ୟୁରରକୁ ଉତ୍ପାଦ ବିକ୍ରି କରିବାକୁ ସକ୍ଷମ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ