ୟୁନାଇଟେଡ ଇଲେକ୍ଟ୍ରିସିଟି ଏମ୍ପେ୍ଲାୟିଜ ୟୁନିଅନ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ମୀରପାଟଣାସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ୟୁନାଇଟେଡ ଇଲେକ୍ଟ୍ରିସିଟି ଏମ୍ପେ୍ଲାଇଜ ୟୁନିଅନ, କେନ୍ଦ୍ରାପଡା ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା ମ୍ୟୁନିସିପାଲିଟି ପୌରାଧ୍ୟକ୍ଷା ସରିତା ସାହୁ ଯୋଗଦାନ କରି ବିଶ୍ୱ ଶ୍ରମିକ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ମଞ୍ଚରେ ସମ୍ମାନୀତ ଅତିଥିଭାବେ କେନ୍ଦ୍ରାପଡା ଇଲେକ୍ଟ୍ରିକାଲ ଡିଭିଜନ ଏ.ଜି.ଏମ. ପ୍ରଦୀପ୍ତ କୁମାର ଦାଶ ସୁରକ୍ଷାର ସହିତ କାର୍ଯ୍ୟ କରିବାକୁ ଶ୍ରମିକମାନଙ୍କୁ ପରାମର୍ଶ ଦେଇଥିଲେ । ତୁଳସୀ ମହିଳା ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ସାମଲ, ସଂଘର ପାରାଦୀପ ଡିଭିଜନ ସମ୍ପାଦକ ଆଦିତ୍ୟ ପ୍ରସନ୍ନ ମହାନ୍ତି, ମାର୍ଶାଘାଇ ଡିଭିଜନ ସମ୍ପାଦକ ଦୀପକ କୁମାର ଜେନା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲା ବିଦ୍ୟୁତ୍ ଉପଭୋକ୍ତା ସଂଘ ସଭାପତି ଭୀମସେନ ପରିଡା ସଭାପତିତ୍ୱ କରି ଉପଭୋକ୍ତାଙ୍କୁ ନୀରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସଭାରେ ବିପିନ କୁମାର ମଲ୍ଲ ମଞ୍ଚ ପରିଚାଳନା କରିବା ସହିତ ସଂଘର ସାଧାରଣ ସମ୍ପାଦକ କୁମାର ଜିତେନ୍ଦ୍ର ବିଶ୍ୱାଳ ବିଦ୍ୟୁତ୍ କର୍ମଚାରୀମାନଙ୍କର ବିଭିନ୍ନ ଦାବି ଯଥା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ଓ ନୂତନ ମଜୁରି ଧାରଣ ପ୍ରମୁଖ ଉପସ୍ଥାପନ କରିବା ସହିତ ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିଲେ । ଶେଷରେ ଏମ୍.ଆର.ଟି. ଡିଭିଜନ ସମ୍ପାଦକ ସୁଶାନ୍ତ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ । ସଭାର ସମସ୍ତ ପରିଚାଳନା ଦାୟିତ୍ୱ ରାଜୀବ ସାହୁ, ଉମେଶ ଚନ୍ଦ୍ର ପତି, ଗୌରାଙ୍ଗ ସିଂ, ରବିନାରାୟଣ ସୂତାର, ସାନ୍ତନୁ ମହାରଣା, ଉମାକାନ୍ତ ସେଠୀ, ପ୍ରସନ୍ନ ପଣ୍ଡା, ଦର୍ପନାରାୟଣ ବେହେରା, ମୀନକେତନ ସାହୁ, ବସନ୍ତ ମହଲା, ମାୟାଗୋବିନ୍ଦ ପତି,ହିମାଂଶୁ ପଣ୍ଡା, ସାଗର ଲାଲ, ଅଖିଳ ପୃଷ୍ଟି, ମହେଶ୍ୱର ରାଉତ, ଅଧିକାରୀ ଆଶିଷ ଦାସ, ସଞ୍ଜୟ ପଣ୍ଡା, ମୃତ୍ୟୁଞ୍ଜୟ ପଣ୍ଡା, ରଞ୍ଜିତ ମଲ୍ଲିକ, ଦୀପକ ପାତ୍ର, ପୁରୁଷୋତ୍ତମ ତରାଇ, ସରୋଜ ମେକାପ, ଐ÷ଶୂର୍ଯ୍ୟ ରଞ୍ଜନ ଜେନା, ଅଜୟ ବାରିକ, ସୁଜିତ ବୋଷ୍, କୁଳମଣି ସାହୁ, ନିକୁଞ୍ଜ ନାୟକ, ଦେବବ୍ରତ ଦାଶ, ବିରେନ ମହାନ୍ତି, ଦୈତାରି ନାୟକ, ପ୍ରଦୀପ ମଲ୍ଲ, ଜ୍ଞାନରଞ୍ଜନ ବରାଳ, ଜ୍ଞାନରଞ୍ଜନ ଦାସ ପ୍ରମୁଖ ଗ୍ରହଣ କରିଥିଲେ ।