ୟୁନାଇଟେଡ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା):କାଳିଦାସପୁର ସ୍ଥିତ ୟୁନାଇଟେଡ଼୍ ପବ୍ଲିକ୍ ସ୍କୁଲର ୧୭ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶଦ୍ରକ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ‘ସେଇଠୁ ଆରମ୍ଭ’ଖବରକାଗଜର ସମ୍ପାଦକ ଶୁଭେନ୍ଦୁ କୁମାର ଦାସ ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ସହ ପାଠପଢ଼ି ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ସ୍କୁଲ୍‌ର ପ୍ରିନ୍‌ସିପାଲ ସୁରଭିଲତା କର୍ଟିସ୍ ବାର୍ଷିକ ବିବରଣୀ ପାଠ କରିଥିଲେ । ସ୍କୁଲ୍‌ର ଶିକ୍ଷୟିତ୍ରୀମାନେ ଓ ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ଗାନ କରିଥିଲେ । ଶିକ୍ଷକ ପଙ୍କଜ କୁମାର ଦାସ ଅତିଥଙ୍କୁ ମଞ୍ଚ ଆମନ୍ତ୍ରଣ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ଏହି ଅବସରରେ ପୁରସ୍କୃତ କରିଥିଲେ । ସଭାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ରତନ କୁମାର ଘୋଷ, ସୁସ୍ମିତା କର, ନମିତା ସେଠୀ, ସ୍ୱର୍ଣ୍ଣପ୍ରଭା ପଣ୍ଡା, ଶ୍ରୀମତୀ ଦଳାଇ ଓ ଶ୍ରୀୟଙ୍କା ବିନ୍ଧାଣୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ